ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ସାକ୍ଷାତ କଲେ ସିରଜିନା ଅନୁଷ୍ଠାନର କର୍ମକର୍ତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ କର୍ମକର୍ତ୍ତା ମାନେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସାକ୍ଷାତ କଲେ । ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଭାବରେ ସିରଜିନା ଅନ୍ୟତମ । ବର୍ଷ ତମାମ ଏହି ଅନୁଷ୍ଠାନ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛି । ସମ୍ବଲପୁରୀ ଦିନ, ବାର୍ଷିକ ଉତ୍ସବ ବିଷୁବ ମିଳନ, ମକର ମିଳନ, ଗଙ୍ଗାଧର ଗୁରୁ ଜୟନ୍ତୀ ଆଦି କାର୍ଯ୍ୟକ୍ରମ କରି ବହୁ ପ୍ରଶଂସା ସାଉଁଟିଛି ଏହି ଅନୁଷ୍ଠାନ । ଆସନ୍ତା ଏପ୍ରିଲ୍ ମାସ ୩ ଓ ୪ ତାରିଖ ଦିନ ସିରଜିନା ଉତ୍ସବ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନାଟକ ପ୍ରତିଯୋଗିତା କରାଯିବ । ଭେଉଁରୀଆ ଗାଁରେ ସଭାପତି ଆଦିତ୍ୟ କୁମାର ରଥ ଓ ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ବରଗଡ଼ ଲୋକସଭା ସଦସ୍ୟ ପ୍ରଦୀପ ପୁରୋହିତଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । କାର୍ଯ୍ୟକ୍ରମର ଉନ୍ନତି କାମନା କରିଥିଲେ ସାଂସଦ ଶ୍ରୀ ପୁରୋହିତ ।

Leave A Reply

Your email address will not be published.