om academy

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ତରଫରୁ ଶୋକସଭା ପାଳନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଉପସଭାପତି ପ୍ରଶନ୍ନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଘର ସଂପାଦକ ସ୍ୱର୍ଗତ ମଲିଆ ଗଡୁଆଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଗଡୁଆ ତାଙ୍କର ସଂପାଦକୀୟ ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ସଂଘର କାର୍ଯ୍ୟଧାରାକୁ ଅଧିକ ପ୍ରଭାବଶାଳୀ କରିବା ସହିତ ଅନେକ ନୂତନ ସଦସ୍ୟଙ୍କୁ ସଂଘଭୁକ୍ତ କରି ସଂଗଠନକୁ ଶକ୍ତିଶାଳୀ କରିଥିଲେ । ତାଙ୍କ ବିୟୋଗରେ ସଂଘର ଅପୁରଣୀୟ କ୍ଷତି ଘଟିଛି । ଅନୁଷ୍ଠିତ ଶୋକସଭାରେ ସଂଘର ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ, ପର୍ଶୁରାମ ନାୟକ, ଗୋପବନ୍ଧୁ ପୁରୋହିତ, ବିଜୟ କୁମାର ବାଗ, କୃଷ୍ଣଚନ୍ଦ୍ର ନାଥ, ପ୍ରଦୀପ କୁମାର ସାହୁ, କୃଷ୍ଣଚନ୍ଦ୍ର ମହାକୁର ସ୍ୱର୍ଗତ ଗଡୁଆଙ୍କ ସ୍ମୃତି ଚରଣ କରିଥିଲେ । ଏହି ସଭାରେ ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡାଙ୍କ ସମେତ ହରେକୃଷ୍ଣ ପଟେଲ, ଜୀବନ କୁମାର ତ୍ରିପାଠୀ, ଶଙ୍କର୍ଷଣ ମିଶ୍ର, ବନମାଲୀ ନନ୍ଦ, ଉମାକାନ୍ତ ପାତ୍ର, ବିଶେଶ୍ୱର ପଟେଲ, ଶ୍ରୀୟାକାନ୍ତ ସାଏ, ତୀର୍ଥବାସୀ ଡାଙ୍ଗ, ଦଶରଥ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.