ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ ବାଙ୍କିପାଲି କ୍ଲଷ୍ଟର ଅନ୍ତର୍ଗତ ଖଲିଆପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ତ୍ରିଦିବସୀୟ “ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା” ବାଙ୍କିପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁନୀଲ କୁମାର ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡୁଙ୍ଗୁରିପାଲି ଗଣେଶ କିଷାନ ଉଦ୍ଘାଟନ କରିଥିବା ବେଳେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ଶିକ୍ଷକ ଶ୍ରୀବତ୍ସ ପାଣ୍ଡେ, ସୁଶୀଲ କୁମାର ସେଠୀ, ଡମ୍ବରୁଧର ଅମାତ, ନରୋତ୍ତମ ଆଡ଼ବାଙ୍କ, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମିର୍ଦ୍ଧା, ସୁନିତା ସେଠୀ,ସୂର୍ଯ୍ୟକାନ୍ତି ଦୀପ, ସଂଯୁକ୍ତା କାଣ୍ଡ,ରୀନା ପ୍ରଧାନ,ସନ୍ତୋଷିନୀ ମହାନନ୍ଦ, ରେଣୁକା ପାତ୍ର, ସୁନତି ପଧାନ ଆଦି ସହଯୋଗ କରିଥିଲେ । ଅନ୍ତିମ ଦିବସରେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା ଯୋଗଦେଇ ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ପରିଦର୍ଶନ କରଥିଲେ ।
Prev Post