oom

ଓଡିଶା ସାହିତ୍ୟ ଏକାଡେମୀର ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ

jsmm
  • ବଲାଙ୍ଗିର ଜିଲ୍ଲାରେ ଶତାଧିକ କବି ପଢିଲେ କବିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀର ଏକ ଅଭିନବ କାର୍ଯ୍ୟକ୍ରମରେ ସାରା ଓଡିଶାର ବିଭିନ୍ନ ଅଞ୍ଚଳରେ ଏକା ସାଙ୍ଗରେ ଅପରାହ୍ନ ୩ଟାରେ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି ଓ ଲାଠୋରଠାରେ ପ୍ରତି ସ୍ଥାନରେ ୧୦ ଜଣ ନିମନ୍ତ୍ରିତ କବି କବୟତ୍ରୀମାନେ ଯୋଗ ଦେଇ ଦେଶ ପ୍ରେମର କବିତା ପାଠ କରିଛନ୍ତି । ବଲାଙ୍ଗିର ମହିଳା ମହାବିଦ୍ୟାଳୟଠାରେ ଆୟୋଜିତ ଦେଶାତ୍ମବୋଧକ କବିତା ପାଠରେ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସଦାଶିବ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ ମଂଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସେ ଦେଶର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କଲମ ଚାଳନା କରି ସ୍ୱାଧୀନତାର ବାର୍ତ୍ତା ଦେଉଥିବା ଲେଖକମାନଙ୍କୁ ସଂଗ୍ରାମୀ କହି ନିଜ କଲମକୁ ମଧ୍ୟ ସେ ଦେଶକୁ ସମର୍ପିତ କରିଥିବା କହିଥିଲେ । ପରେ ପରେ କବି ସନ୍ଦୀପ କୁମାର କୁଅଁରଙ୍କ ମନୋଜ୍ଞ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ ଡକ୍ଟର ପ୍ରହ୍ଲାଦ ଶତପଥୀ, ଭାଗିରଥି ମିଶ୍ର, ବନ୍ଦନା ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ସାହୁ, ନବୀନ ବିଶ୍ୱବନ୍ଧୁ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ରତ୍ନମୟ ତ୍ରିପାଠୀ, ଜ୍ୟୋତିରାଣୀ ମିଶ୍ର, ବନ୍ଦନା କର, ସବିତା ମହରା, ଜ୍ୟୋତିରଞ୍ଜନ ମିଶ୍ର, କସ୍ତୁରୀ ରଥ, ଜୀନି ବଢିଆ, କ୍ଷୀରୋଦ୍ରୀ ସାହୁ, ସସ୍ମିତା ନେପାକ, ଅର୍ଜୁନ ସାହୁ, ଆଞ୍ଚଲ ପାଉଣ୍ଡରେ, ମିଥିଳା ପ୍ରଧାନ, ସସ୍ମିତା ସାହୁ, ହୃଷୀକେଶ ପୁରୋହିତ, ରୋଜି ସାହୁ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ବହୁ ପରିମାଣରେ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଆହୁରି ଅଧିକ ସୁନ୍ଦର କରିଥିଲା ।

jittmm
Leave A Reply

Your email address will not be published.