ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକର ଲେବଡା ପଞ୍ଚାୟତ ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ଏକ ସୁନ୍ଦର ସାଂସ୍କୃତିକ ପ୍ରତିଯୋଗୀତା (ଡ୍ୟାନ୍ସ ଡ୍ୟାନ୍ସ) ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତା ପୂର୍ବରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ବିଶିଷ୍ଟ ଅତିଥି ରୂପେ ଅବସରପ୍ରାପ୍ତ ବ୍ଲାକ କମାଣ୍ଡୋ ତଥା ବିଶିଷ୍ଟ ବିଜେଡି ନେତା ଗିରିରାଜ ସିଂ ମାଝୀ ଯୋଗଦେଇଥିଲେ । ଏହା ବ୍ୟତୀତ ସମ୍ମାନୀୟ ଅତିଥି ଭାବରେ ବିଜେଡି ଯୁବ ସଭାପତି ବିଷ୍ଣୁ ଯୁଏଡ, ସମୃଦ୍ଧ ଭାରତ ସଂଗଠନର ପ୍ରତିଷ୍ଠାତା ଓ ସମାଜସେବୀ ରମେଶ ଚନ୍ଦ୍ର ସାହୁ, ଲେବଡ଼ା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନବ କିଶୋର ହାତୀ, ଅବସର ପ୍ରାପ୍ତ ସୈନିକ ଯୁବରାଜ ମାଝୀ, ଜୟନାରାୟଣ ସାହୁ, କୋଶଳ କବି ଯଶୋବନ୍ତ ସାହୁ ଓ ପିଟାପରା ୱାର୍ଡ ମେମ୍ବର ବାସୁଦେବ ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ବୃନ୍ଦଙ୍କ ବକ୍ତବ୍ୟରେ ଶିକ୍ଷାର ମହତ୍ତ୍ଵ, ନାରୀ ସଶକ୍ତିକରଣ ତଥା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିର ବଳିଷ୍ଠ ସ୍ୱର ଗୁଞ୍ଜରଣ କରିଥିବା ବେଳେ ଖପ୍ରାଖୋଲ ଉପଡାକଘରର ଡାକପାଳ ରମେଶ ଚନ୍ଦ୍ର ସାହୁ ନିଶାମୁକ୍ତ ହେବା ପାଇଁ ଯୁବ ପିଢ଼ିକୁ ଆହ୍ୱାନ ଦେଇଥିଲେ। । ପରେ ଅନୁଷ୍ଠିତ ସାଂସ୍କୃତିକ ପ୍ରତିଯୋଗିତାରେ ବହୁ ଦୂରଦୂରାନ୍ତରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଭାବରେ ଓ ନୃତ୍ୟ ବିଚାରପତି ଭାବେ ବିଶିଷ୍ଟ ନୃତ୍ୟଶିଳ୍ପୀ ମିସ୍ ପିଙ୍କି ମାଝୀ ଯୋଗଦେଇଥିଲେ । ଏତଦବ୍ୟତୀତ ସତ୍ୟନାରାୟଣ ସାହୁ ଓ ବିଜୟ ସାହୁ ମଧ୍ୟ ନୃତ୍ୟ ବିଚାରପତି ଭାବରେ ନିଜର ଦାୟିତ୍ଵ ନିର୍ବାହ କରିଥିଲେ । ଟି. କେ. ଷ୍ଟାର ଡାନ୍ସ ଗ୍ରୁପ, ଗୁଞ୍ଚିତରା ତାଙ୍କ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ । ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ ସାଇନିଂ ଷ୍ଟାର ଡାନ୍ସ ଗ୍ରୁପ ଟିଟିଲାଗଡ ଓ ଏଏସ୍‌ବି ଡାନ୍ସ ଗ୍ରୁପ କୁରସୁଡକୁ ପ୍ରଦାନ କରାଯାଇଥିଲା । ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହିତ ସମାପନ ହୋଇଥିଲା । ମୁନା ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ସତ୍ୟନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ମା’ ଜଗତ ଜନନୀ ଭାଇ ଜିଉଁନ୍ତିଆ କମିଟିର କର୍ମକତ୍‌ର୍ତ୍ତା ଯଥା କୁମାରୀ ପ୍ରୀତି ସାହୁ, ସୁଭଦ୍ରା ସାହୁ, ଅଞ୍ଜଳି ସାହୁ, ଭାରତୀ ସାହୁ, ରୂପେଲି ସାହୁ ତଥା ଯୁବକ ସଂଘର କର୍ମକତ୍‌ର୍ତ୍ତା ସନ୍ତୋଷ ସାହୁ, ସୁନୀଲ ସାହୁ, ବାସୁଦେବ ସାହୁ, ରାଜେଶ ସାହୁ, ହିମାଂଶୁ ଶେଖର ସାହୁ, ସଞ୍ଜୟ ସାହୁ, ଭକ୍ତ ସାହୁ, ରମେଶ ସାହୁ, ଚୂଡ଼ାମଣି ନାଗ, ଦିବ୍ୟ ସାହୁ, ସର୍ଜନା ସାହୁ, ପ୍ରଦୀପ ନାଗ, ଅନିଲ ଅଦା, ସରୋଜ ଅଦା, ବୁଦ୍ଧି ସାଗର ସାହୁ, ବସନ୍ତ ସାହୁ, ବିବେକାନନ୍ଦ ସାହୁ, ଗୋପୀନାଥ ସାହୁ, ଦୀପକ ସାହୁ. ରଙ୍କ ସାହୁ, ନରେଶ ସାହୁ, ମୁକେଶ ସାହୁ, ବିଜୟ ସାହୁ, ବିକ୍ରମ ସାହୁ, ନକୁଳ ସାହୁ, ତିଳେଶ୍ୱର ସାହୁ, ବସନ୍ତ ସାହୁ, ଗୁଡ଼ୁ ଅଦା, ଦର୍ଶନ ସାହୁ, ସୁଦାମ ସାହୁ, ଗଣେଶ ପରଭୋଇ, ମଣ୍ଟୁ ପରାଭୋଇ, ପ୍ରଦୀପ ସାହୁଙ୍କ ସହ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବରେ ସମାପନ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.