jayashree

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ହିଁ ସମଷ୍ଟିଗତ ଭାବରେ ସ୍ୱାସ୍ଥ୍ୟାବସ୍ଥାକୁ ନିରୁପିତ କରିଥାଏ । କିଶୋରରେ ଉପଯୁକ୍ତ ଶିକ୍ଷା, ସଚେତନତା ଓ ମାର୍ଗଦର୍ଶନ ହିଁ ସୁସୁଖ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଭାବଶୀଳ ବାତାବରଣ ସୃଷ୍ଟି କରାଯାଇ ପାରିବ ଉଦ୍ଦେଶ୍ୟକୁ ଲକ୍ଷ୍ୟ କରି ବଲାଙ୍ଗିର ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ଅଫିସର ଡା. ସୁଖିରାମ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଦିବ୍ୟ କିଶୋର ପତି ଯୋଗଦାନ କରିଥିଲେ । ଜୀବନ କୌଶଳ ଶିକ୍ଷାକୁ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଠାରେ ପ୍ରୟୋଗ କରି ଆଚରଣଗତ ପରିବର୍ତ୍ତନ କରିବା ପାଇଁ ଅତିଥିଗଣ ମତ ରଖିଥିଲେ । ତାଲିମଦାତା ଭାବରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ମାନସିକ ବିଭାଗର ଏଚ୍‌ଓଡି ଆଶୀର୍ବାଦ ଶତପଥି, କ୍ଲିନିକାଲ ସାଇକ୍ଲୋଲୋଜି ଅମିତା ପ୍ରତିମା, ଡା. ଖୁସିରାମ ତ୍ରିପାଠୀ ଆତ୍ମ ସଚେତନତା, ନିଶାପାନ ଦୂରିକରଣ ପନ୍ଥା, ମାନସିକ ଚାପର ନିୟନ୍ତ୍ରଣ, ଯୌନ ଜୀବନ, ଗର୍ଭ ଧାରଣ, ଗର୍ଭ ନିରୋଧ, ଭ୍ରାନ୍ତ ଧାରଣା, ଏଚ୍‌ଆଇଭି ଓ ଏଡସ୍‌, ଡିପ୍ରେସନ, ସୁଚିବାଇ ରୋଗ, ମାନିଆ, ଡେମୋନେସିଆ ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମଳୟ କୁମାର ନାଗ, ସୁବୋଧ ବିଶ୍ୱାଲ, ସବ୍ୟସାଚୀ ସିଂହ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ । ଶିକ୍ଷକ ରାମନାରାୟଣ ଦାଶ, ସୋମାଦତ୍ତ ଦଣ୍ଡସେନା, ଆଶିଷ କୁମାର ତ୍ରିପାଠୀ, ଉମେଶ ନାଗ, ଅରବିନ୍ଦ ବାଗ, ଭାଗ୍ୟବନ ବାଗ, ସୁଗର ସାହୁ, ରାଜିବ ମହାନ୍ତି, ସତ୍ୟ କୁମ୍ଭାର, ସନାତନ କୁମ୍ଭାର, ମହେଶ କୁମାର ବାଗ, ହୃଦୟା ଶବର, ଅଜୟ କୁମାର ପାଢୀ, କୃଷ୍ଣଚନ୍ଦ୍ର ପାଢୀ, ଇପସିତା ସୁନା, ସୁନିଲ କୁମାର ପାତ୍ର, ସୁନିତା ଭୋଇ, ଦେବସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।

Leave A Reply

Your email address will not be published.