ବଲାଙ୍ଗିର କରାଟେ ସ୍କୁଲର କୋଲକତା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର କୋଲକତାରେ ହେବାକୁ ଥିବା ୮ତମ ଆର୍ନ୍ତଃଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ସ୍ଥାନୀୟ ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ ଠାରେ ତା.୨୬ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ହେବ । ଏହି ଚାମ୍ପିୟାନ୍‌ସିପ୍‌କୁ ସର୍ବ ଭାରତୀୟ ସେଇସିନକାଇ ସିଟୋର‍୍ୟୁ କରାଟେ ସଂଘ ଆୟୋଜନ କରିଛି । ଏହି ପ୍ରତିଯୋଗିିତାରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର କରାଟେ ସ୍କୁଲର ୯ ଜଣ ଝିଅ ଓ ୫ ଜଣବାଳକ ବିଭିନ୍ନ ବର୍ଗରେ ସର୍ବମୋଟ ୧୪ ଜଣ କରାଟେରେ ଭାଗ ନେଇଛନ୍ତି । ସ୍କୁଲର ମୁଖ୍ୟ କୋଚ ତଥା ସଂପାଦକ ହୃଦୟ ଶବର, ସହ-କୋଚ ମନଗୋବିନ୍ଦ ମେହେର ଓ ମ୍ୟାନେଜର ରାଜେନ୍ଦ୍ର ବାଗଙ୍କ ସହିତ ଦଳ କୋଲକତା ଯାତ୍ରା କରିଛନ୍ତି ।

Leave A Reply

Your email address will not be published.