centurian jitm

ବିପର୍ଯ୍ୟୟ ମୁକାବିଲାରେ ଲିଙ୍ଗଗତ ଆଭିମୁଖ୍ୟ ସମ୍ବନ୍ଧେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହଠାରେ ବିପର୍ଯ୍ୟୟ ବିପଦ ପ୍ରଶମନରେ ଲିଙ୍ଗଗତ ମୁଖ୍ୟସ୍ରୋତ ଆଭିମୁଖ୍ୟ ସମ୍ବନ୍ଧେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ତାପସ କୁମାର ସେଠୀ ବିଷୟ ବିଶାରଦ ଭାବେ ଯୋଗଦେଇଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସସ୍ମିତା ପ୍ରଧାନ ସଭା ପରିଚାଳନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମାଜର ବିଭିନ୍ନ ବର୍ଗ ଉପରେ ପ୍ରଭାବ ପକାଇଥାଏ । ବିପର୍ଯ୍ୟୟ ମୁକାବିଲାରେ ଲିଙ୍ଗ-ସମ୍ବେଦନଶୀଳ ଉପରେ କେମିତି ଗୁରୁତ୍ଵ ଦିଆଯାଇପାରିବ, ଏଥିପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ଜ୍ଞାନ ଏବଂ ଉପକରଣ ଯୋଗାଇ ଦେବା ପାଇଁ ଏହି କର୍ମଶାଳା ପ୍ରସ୍ତୁତ କରାଯାଇଛି । ବିଶେଷକରି ବିପର୍ଯ୍ୟୟ ସମୟରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଗର୍ଭବତୀ ମହିଳାଙ୍କଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନେ ଅସୁବିଧାରେ ପଡିଥାନ୍ତି । ତେଣୁ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା, ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି । ବିପଦ ହ୍ରାସ କର୍ମଶାଳାରେ ଲିଙ୍ଗଗତ ବିଚାରଧାରାକୁ ମୁଖ୍ୟଧାରାରେ ସାମିଲ କରି ଆମେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପୁନରୁଦ୍ଧାର ପାଇଁ ଅଧିକ ବ୍ୟାପକ ଏବଂ ସମାନ ଆଭିମୁଖ୍ୟ ସୁନିଶ୍ଚିତ କରିପାରିବା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମତପ୍ରକାଶ କରିଥିଲେ । ଶ୍ରୀ ସେଠୀ ଉକ୍ତ କର୍ମଶାଳାରେ ବିପର୍ଯ୍ୟୟ ପରିସ୍ଥିତିରେ ଲିଙ୍ଗଭିତ୍ତିକ ଦୁର୍ବଳତା, ସମାବେଶୀ ବିପର୍ଯ୍ୟୟ ପ୍ରସ୍ତୁତି ଓ ଯୋଜନା ପାଇଁ ରଣକୌଶଳ, ଜରୁରୀକାଳୀନ ପରିସ୍ଥିତିରେ ସମ୍ବଳ ଏବଂ ସୂଚନାର ଉପଲବ୍ଧତା ସୁନିଶ୍ଚିତ କରିବା ଓ ଲିଙ୍ଗଗତ ପ୍ରତିକ୍ରିୟାଶୀଳ ପୁନରୁଦ୍ଧାର ଓ ଥଇଥାନ ବ୍ୟବସ୍ଥା ଉପରେ ପ୍ରମୁଖ ଆଲୋଚନା କରିଥିଲେ । ଉପସ୍ଥିତ ବିଭିନ୍ନ ବିଭାଗର ପଦାଧିକାରୀମାନେ ନିଜ ନିଜ ଭୂମିକା ଓ ବିଭାଗ ଭିତରେ ଲିଙ୍ଗଗତ ମୁଖ୍ୟଧାରାର ରଣନୀତି କିପରି କାର୍ଯ୍ୟକାରୀ କରିପାରିବେ ସେନେଇ ସମସ୍ତ ଜ୍ଞାନକୌଶଳ ଉପରେ ଚର୍ଚ୍ଚା କରାଯାଇଥିଲା ।

Leave A Reply

Your email address will not be published.