oom

ବିଲେଇସର୍ଡା ହାଇସ୍କୁଲରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

jsmm
  • ସମାଜ ପ୍ରତି କନ୍ୟା ସନ୍ତାନର ଗୁରୁତ୍ୱ ପରିବାର ଲୋକେ ଉପଲବ୍ଧି କରନ୍ତୁ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲରେ ଜୁନିୟର ରେଡକ୍ରସ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ ପରାମର୍ଶଦାତା ରଞ୍ଜିତ ମିଶ୍ରଙ୍କ ଦ୍ୱାରା ପରିଚାଳିତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ ଯୋଗଦେଇ ସମାଜ ପ୍ରତି କନ୍ୟା ସନ୍ତାନର ଗୁରୁତ୍ୱ ଉପଲବ୍ଧି କରିବା ସହ ଝିଅମାନଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟ ଶିକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସ୍ଥାନୀୟ କମ୍ୟୁନିଟି ହେଲ୍‌ଥ ଅଫିସର ସସ୍ମିତା ଝାଙ୍କର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଝିଅମାନଙ୍କୁ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହେଉଥିବା ସମ୍ପର୍କରେ କହିବା ସହ କନ୍ୟା ସନ୍ତାନଙ୍କ ସୁରକ୍ଷା, ବାଳିକାମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ଏବଂ ଉତ୍ତମ ସ୍ୱାସ୍ଥ୍ୟ, ସମାଜର ପ୍ରମୁଖ ସ୍ତରରେ ଝିଅମାନଙ୍କ ଅଂଶ ଗ୍ରହଣ, ଲିଙ୍ଗଗତ କୁସଂସ୍କାରରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସ୍ନେହଲତା ଛତ୍ରିଆ, ବବିତା ପଣ୍ଡା, ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ, ସୁଷମା ମେହେର, ସୁବାସିନୀ ସେଠୀ, ପଙ୍କଜ ମେହେର, ତପନ ବୁଡେକ, ପ୍ରଦୀପ ଦଣ୍ଡସେନା, ମୁରାରୀ ମୋହନ ପରଡିଆ, ନିରୋତ୍ତମା ବିଶ୍ୱାଳ, ରଶ୍ମୀତା ବିଶ୍ୱାଳ, ରଶ୍ମୀତା ନନ୍ଦ, ଅଶ୍ୱିନୀ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.