ବଲାଙ୍ଗିର, (କେପିଏନ୍ଏସ୍) : ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଛନ୍ତି । ଶ୍ରୀମତୀ ଲିକା ସାହୁଙ୍କୁ ରଥରେ ବସାଇ ସମ୍ମାନର ସହ ପାଛୋଟି ନେଇ ରାଜଦରବାରରେ ଅତିଥି ସତ୍କାର କରିଥିଲେ ସ୍ଥାନୀୟ ଲୋକେ । ଏହି ଅବସରରେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, କାଉନସିଲର ଶମ୍ଭୁ ନାଗ, ପ୍ରତିମା ଛତ୍ରିଆ ଓ କିଶୋର କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
