jayashree

ଭାରତୀୟ କିଶାନ ସଂଘ ନୂତନ ଜିଲ୍ଲା କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭାରତୀୟ କିଶାନ ସଂଘର ଜିଲ୍ଲାସ୍ତରୀୟ ବୈଠକ ଆର୍ଯ୍ୟସମାଜ ପ୍ରାଙ୍ଗଣରେ ନୂତନ ଜିଲ୍ଲା କମିଟି ଗଠନ ହୋଇଯାଇଛି । ଡ. ଶଶିଭୂଷଣ ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ତହିଁରେ ଭାରତୀୟ କିଶାନ ସଂଘ ଓଡିଶାର ପ୍ରାଦେଶିକ ସଦସ୍ୟ ରାଧାକୃଷ୍ଣ ମେହେର ମାର୍ଗଦର୍ଶକ ଭାବରେ ଉପସ୍ଥିତ ଥିଲେ । ଭାରତୀୟ କିଶାନ ସଂଘର ସାଂଗଠନିକ ପ୍ରକ୍ରିୟା ଅନୁସାରେ ପ୍ରତି ୩ ବର୍ଷରେ ନୂତନ କାର୍ଯ୍ୟକର୍ତ୍ତା ନୂତନ ଦାୟିତ୍ୱ ନୂତନ କମିଟି ଗଠନ କରାଯାଏ । ବଲାଙ୍ଗିର ଜିଲ୍ଲାର ମଧ୍ୟ ତଦୃପ କରାଗଲା । ତହିଁରେ ଶ୍ରୀ ମେହେର ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟକ୍ରମ ପରିଚାଳନା କଲେ । ସଭାକାର୍ଯ୍ୟ ଆରମ୍ଭ ହେଲା, ସଭାପତି ଶ୍ରୀ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଅଗ୍ରସର କଲେ ଓ ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବାରୁ ବିଦାୟ ନେଲେ । ପୁଣି ଡ. ଶଶିଭୂଷଣ ସାହୁଙ୍କ ନାମ ସଭାପତି ପାଇଁ ମଧୁସୁଦନ କ୍ଷେତୀ ପ୍ରସ୍ତାବ ଦେଲେ ତାକୁ ବିକାଶ ବେହେରା ସମର୍ଥନ ଜଣାଇଥିଲେ । ସର୍ବସମ୍ମତି କ୍ରମେ ଶ୍ରୀ ସାହୁ ଆଗାମୀ ଦିନ ପାଇଁ ଭାରତୀୟ କିଶାନ ସଂଘର ସଭାପତି ଭାବେ ଚୟନ ହେଲେ । ପରେ ତାଙ୍କ କମିଟି ପୂର୍ଣ୍ଣାଙ୍ଗ ପ୍ରାପ୍ତ କରିବାକୁ ସଭାପତି ଡ. ଶଶିଭୂଷଣ ସାହୁ, ଉପସଭାପତି ମହୋନ ନାଏକ, ଦିଲ୍ଲୀପ ଠାକୁର, ସଂପାଦକ ଚନ୍ଦ୍ରଭାନ ପ୍ରଧାନ, ସହ-ସଂପାଦକ ବୈଦ୍ୟନାଥ କରନ, କୋଷାଧ୍ୟକ୍ଷ ମଧୁସୁଦନ କ୍ଷେତୀ ଓ ସଦସ୍ୟ କରୁଣାକର ପଶାୟତ, ଆଶୁତୋଷ ବିଶ୍ୱାଲ, ମହିଳା ପ୍ରମୁଖ ମମତା ମେହେର, ସୌମ୍ୟରଂଜନ ପୁରୋହିତ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ନୂତନ କମିଟି ଆଗାମୀ ଦିନରେ ମଣ୍ଡି ସମସ୍ୟା ଓ ସ୍ଥାନୀୟ ଚିନିକଳର ପୁନଃ ପ୍ରଚଳନ ନେବା ପାଇଁ ସିଦ୍ଧାନ୍ତ ନେଲେ ।

Leave A Reply

Your email address will not be published.