centurian jitm

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲା ନାଗରିକ କମିଟି

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କମିଟି ତରଫରୁ ଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତିମାନେ ସାମିଲ ହୋଇ ସରକାରଙ୍କ ବଲାଙ୍ଗିର ଜିଲ୍ଲା ପ୍ରତି କରାଯାଉଥିବା ଅବହେଳାକୁ ନିନ୍ଦା କରାଯାଉଛି । ବହୁ ଆନ୍ଦୋଳନ ପରେ ସରକାର ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କଲେ । ସତ କିନ୍ତୁ ବିଶ୍ୱବିଦ୍ୟାଳୟରେ ଏପର୍ଯ୍ୟନ୍ତ ଆବଶ୍ୟକ ଅନୁଯାୟୀ ଅଧ୍ୟାପକ ନଥିବା ବେଳେ ବଲାଙ୍ଗିର ମେଡିକାଲ କଲେଜ ଓ ହସପିଟାଲ୍‌ରେ ମଧ୍ୟ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି । ଅନ୍ୟପଟେ ଜିଲ୍ଲାର ଅନ୍ୟ ସ୍କୁଲ କଲେଜରେ ମଧ୍ୟ ସେହି ମସାନ ଅବସ୍ଥା । ତେବେ ଗୋଟିଏ ଜିଲ୍ଲା ଯଦି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବହେଳିତ ହେଉଛି, ତା’ ହେଲେ ସେହି ଜିଲ୍ଲାଟି ବିକାଶ ଆଡକୁ କେମିତି ଗତି କରିବ । ସରକାର ଏହା ଉପରେ ବିଶେଷ ଧ୍ୟାନ ଦେବାକୁ କମିଟି ତରଫରୁ କୁହାଯାଇଛି । ନଚେତ୍‌ ଦୁର୍ବାର ଆନ୍ଦୋଳନ କରାଯିବା ସହିତ ରୀତି ନ ବଦଳିଲେ ଅଲଗା ରାଜ୍ୟ ଦାବୀରେ ସାମିଲ ହେବାକୁ ମଧ୍ୟ ପଛାଇବେ ନାହିିଁ ବୋଲି ସାଧାରଣ ସଂପାଦକ କହିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.