oum

କୋଭିଡ୍ ୧୯ ସତ୍ତ୍ୱେ କାଲିଠାରୁ ଆରମ୍ଭ ହେବ ଆଇପିଏଲ

jsm

ଚେନ୍ନାଇ : ଭାରତରେ କୋଭିଡ୍-୧୯ ସଂକ୍ରମଣର ଭୟାବହତା ଦିନକୁ ଦିନ ଘନେଇବାରେ ଲାଗିଛି । ଦେଶ ଅସ୍ୱାଭାବିକ ଏବଂ ସାଂଘାତିକ ପରିସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ଶୁକ୍ରବାରଠାରୁ ବିଶ୍‌ଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ଚର୍ତୁଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ ୯ ତାରିଖରୁ ମେ’ ୩୦ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଲିଗ୍ ଜୈବ ବଳୟ ଭିତରେ ଏବଂ ସମ୍ଭବତଃ ବିନା ଦର୍ଶକରେ ଖେଳାଯିବ । ତଥାପି ଏହି ଆ‌ହ୍‌ବାନଭରା ସମୟ ଭିତରେ ଆଇପିଏଲ୍ ଭଳି ବୃହତ୍ ଓ ବି‌ଶ୍ୱସ୍ତରୀୟ ଲିଗ୍ ଆୟୋଜନ କରିବା ଏବଂ ଦେଶ ଭିତରେ ଶହ ଶହ ବିଦେଶୀ ଖେଳାଳିଙ୍କୁ ରୁଣ୍ଡ କରିବାକୁ ଅନେକ ପସନ୍ଦ କରୁନାହାନ୍ତି । କ୍ରିକେଟ୍‌ପ୍ରେମୀ କିନ୍ତୁ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସବୁ ପ୍ରତିବନ୍ଧକ ଓ ସଙ୍କଟ ସତ୍ତେ୍ୱ ଆଇପିଏଲ୍‌କୁ ସୁରୁଖୁରୁରେ ଆୟୋଜନ କରିବ ବୋଲି ବିସିସିଆଇ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛି । ଗତ ବର୍ଷ କିନ୍ତୁ ଏହି କୋଭିଡ୍ ସଂକ୍ରମଣ ସ୍ଥିତି ପାଇଁ ଆଇପିଏଲ୍‌କୁ ୟୁଏଇ ନେଇଯାଇଥିଲା ବିସିସିଆଇ । ଚଳିତବର୍ଷ ସ୍ଥିତି ତୁଳନାତ୍ମକ ଭାବେ ଭଲ ଥିବାରୁ ଦେଶ ଭିତରର ୬ଟି ଷ୍ଟାଡିୟମ୍‌ରେ ଆଇପିଏଲ୍ କରିବାକୁ ଯୋଜନା କରିଥିଲା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ । ହେଲେ କୋଭିଡ୍-୧୯ର ଦ୍ୱିତୀୟ ଲହର ସହ ପ୍ରତ୍ୟେକ ଦିନ ଏକ ଲକ୍ଷରୁ ଅଧିକ ଲୋକଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ୮ ଦଳୀୟ ଆଇପିଏଲ୍‌ର ଶୁକ୍ରବାରର ପ୍ରଥମ ମ୍ୟାଚ୍‌ରେ ଗତବର୍ଷର ବିଜେତା ରୋହିତ ଶର୍ମାଙ୍କ ନେତୃ‌ତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପ୍ରଥମ ଟ୍ରଫି ସନ୍ଧାନରେ ଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମୁହାଁମୁହିଁ ହେବେ । ଉଭୟ ଦଳ କିନ୍ତୁ କୋଭିଡ୍ ମାଡ଼ର ଶିକାର ହୋଇସାରିଛନ୍ତି । ଉଭୟ ଦଳର କିଛି ଅଧିକାରୀ କୋଭିଡ୍-୧୯ ସଂକ୍ରମିତ ହୋଇ ସଂପ୍ରତି ସଙ୍ଗରୋଧରେ ରହିଛନ୍ତି ।

Leave A Reply

Your email address will not be published.