ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦ୍‌ପଡ଼ା ୱାର୍ଡ ନଂ. ୯ ଓ ୧୦ରେ ହନୁମାନ ମନ୍ଦିର ପ୍ରହରୀ ମଣ୍ଡପ ଓ ଏକ ରାସ୍ତା ତଥା ୨୧ ନମ୍ବର ୱାର୍ଡରେ ସିନିଅର୍‌ ସିଟିଜନ୍‌ ମାନଙ୍କ ପାଇଁ ଏକ ଗୃହ ଓ ଏକ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଉପସ୍ଥିତିରେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ଓଡ଼ିଶା ସରକାରଙ୍କ ତରଫରୁ ସହରର ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ତଥା ଗୋଷ୍ଠୀ ଗୃହର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଅନୁଦାନ ଦିଆଯାଉଥିବା ବେଳେ ଏଥିପାଇଁ ଶ୍ରୀ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ବଲାଙ୍ଗିର ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟାପ୍ତ ଅନୁଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.