ପାଇକମାଲରେ ନବରାତ୍ର ଦୁର୍ଗାପୂଜା କଳସ ଯାତ୍ରା

  • ସାମିଲ ହେଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୯ଟା ସମୟରେ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲେକ୍ଷ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ସକାଳ ୯ଟା ସମୟରେ ସହସ୍ରାଧିକ ମହିଳା ଓ ପୁରୁଷ ଦୁର୍ଗା ମାଁଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ପାଇକମାଲ ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ଝରଣା କୂଳରୁ ପୂଜାପାଇ ପୂର୍ବକ ପୂର୍ଣ୍ଣ କଳସ ଆଣି ମାଁଙ୍କ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ସହସ୍ରାଧିକ ମହିଳା ଓ ପୁରୁଷଙ୍କ ଜୟମାତା ଧ୍ୱନୀ ସହ ଘଣ୍ଟ, ଶଙ୍ଖ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଏହି ଶୋଭାଯାତ୍ରା ଯୋଗୁଁ ପାଇକମାଲରେ ଧାର୍ଯ୍ୟ ବାତାୟାନ ସୃଷ୍ଟି ହୋଇଥିଲା । ଆଜି ପ୍ରଥମ ଦିନରେ ୨୧୬ରୁ ଅଧିକ କଳସ ସ୍ଥାପନ ହୋଇଥିଲା । ଆଜି ମାଁଙ୍କ ଶୈଳପୁତ୍ରୀ ପୂଜା, ମାଁଙ୍କ ବନ୍ଦାଧିବାସ ଜୀବନ୍ୟାସ ହେବ । ଆଜି ମାଁଙ୍କ ପ୍ରଥମ ଦିନର ଶୈଳପୁତ୍ରୀ ପୂଜା ଉପଚାର ହେବ । ଏହି ପୂଜା ଆଜି ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପୂଜାରେ କର୍ତ୍ତା ଭାବେ ସୁବାଷ ମେହେର ଓ ତାଙ୍କ ଧର୍ମପତ୍ନୀ ଶ୍ରୀୟା ମେହେର ବସିଛନ୍ତି । ପଣ୍ଡିତ ଭାବେ ଡିଗ୍ରୀଧର ଦେବତା, ମନ୍ଦିର ପୂଜକ ଯଯାତି କେଶରୀ ଦେବତା ପୂଜା କାର୍ଯ୍ୟ ତୁଲାଉଛନ୍ତି । ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପରିଚାଳନା କମିଟି ସଭାପତି ସୁଶାନ୍ତ ନାଗ, ଉପ ସଭାପତି ରାକେଶ ଅଗ୍ରୱାଲ, ସଂପାଦକ ଆଶୁତୋଷ ସାହୁ, କୋଷାଧ୍ୟକ୍ଷ ମହେଶ ଅଗ୍ରୱାଲ, ସହ ସମ୍ପାଦକ ଯୋଗେନ୍ଦ୍ର ଭୋଇ, କ୍ରିଷ୍ଣା ଅଗ୍ରୱାଲ, ରୋଶନ ପାଣିଗ୍ରାହୀ, କମଲ ଅଗ୍ରୱାଲ, ଗୋବର୍ଦ୍ଧନ ଅଗ୍ରୱାଲ, ଗୁଣନିଧି ନାଗ, ତନୁଜ ବାରିକ, ଆକାଶ ପାଣିଗ୍ରାହୀ, ମୁଜାଫର ହୁସେନ, ବିକାଶ ବହିଦାର ପ୍ରମୁଖ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବରଗଡ ସାଂସଦ ପ୍ରଦୀପ ପୁରୋହିତ କଳସ ଶୋଭାଯାତ୍ରାରେ ସାମିଲ ହୋଇ ଦୁର୍ଗା ମାଁଙ୍କ ଠାରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.

error: Content is protected !!