centurian jitm

ଟଟୋପରା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଟଟୋପରା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମହିଳା ସ୍ଥାନୀୟ ଚୌଖୁଟ ବନ୍ଧରୁ ୧୦୮ଜଳପୂର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ଗ୍ରାମର ମୁଖ୍ୟ ସେବକ ମଇଧର୍ଯ୍ୟ ଜାନି ଓ ଅନୁପମା ଜାନି କର୍ତ୍ତା ,ପୂଜକ କଳାକାହ୍ନୁ ମିଶ୍ର, ଜପକ ରାଜୀବ ମିଶ୍ର, ପାଚକ ସନ୍ତୋଷ ମିଶ୍ର, ସଡଗୋସାଇଁ ରୂପେ ରତନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ନୀଲାମ୍ବର ସାହୁ, ଫକୀର ସାହୁ, ମକର୍ଧ୍ଵଜ ସାହୁ, ବଳିୟାର ମାଝୀ, ରାଜିନ୍ଦ୍ର ସାହୁ, ନିରଞ୍ଜନ ସାହୁ, କୁଳମଣି ସାହୁ, ଧନେଶ୍ୱର ସାହୁ, ବିରଞ୍ଚି ସାହୁ ଓ ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରୁଛନ୍ତି । ବୁଧବାର ସକାଳୁ ନାମଯଜ୍ଞ ଆରମ୍ଭ ହେବ।ଏଥିରେ ଟଟୋପରା(ମହିଳା ), ପୀଟାପରା, ହଳଦୀ, ଟଟୋପରା, ଟପର୍ଣ୍ଣା, ବାବୂଉଲବା( ମହିଳା ), ମାକ୍ରିପଡା (ମହିଳା ), ରଣାବନ୍ଧ (ମହିଳା ), ସିନ୍ଧେକେଲା, ଟିଟିଲାଗଡ଼( ମହିଳା ), ଗୁଡତୁଳା, ସାଲେଭଟା (ମହିଳା ) ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ।ପୂଜା କମିଟିର ମଦନ ସାହୁ, ଛକା ସାହୁ, ସୁନାସିର ସାହୁ, ଉପେନ୍ଦ୍ର ସାହୁ, ବିଜୟ ପୁଟେଲ, ଲକ୍ଷ୍ମଣ ମହାକୁର, ନୀଳମଣି ସାହୁ, ରୂପଶ ସାହୁ, ଜୟନ୍ତ ସାହୁ, ହେମନ୍ତ ସାହୁ, ରମା ପୁଟେଲ, ହରିଶ୍ଚନ୍ଦ୍ର ସାହୁ, କୁର୍ଶୀ ସାହୁ, ଲୌତୁମେ ସାହୁ, ଲଳିତ ସାହୁଙ୍କ ସହ ସମସ୍ତ ଗ୍ରାମବାସୀ ଓ ବାପୁଜୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି ।

Leave A Reply

Your email address will not be published.