ls

ସୂକ୍ଷ୍ମ କଳାକୃତିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

sb

ଖୋର୍ଦ୍ଧା : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂକ୍ଷ୍ମ କଳାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଗୋପୀନାଥପୁର ହାଟବଜାର ଅଞ୍ଚଳର ଶିଳ୍ପୀ ଏଲ୍‌. ଈଶ୍ୱର ରାଓ । ଏକ କାଚବୋତଲ ଭିତରେ ସାଢ଼େ ୩ ଇଞ୍ଚ ଉଚ୍ଚ ଏବଂ ସାଢ଼େ ୨ଇଞ୍ଚ ଓସାରର ଏକ ଫଟୋ ଫ୍ରେମ୍‌ରେ ରାଷ୍ଟ୍ରପତି ମୁର୍ମୁଙ୍କ ଫଟୋ ପ୍ରସ୍ତୁତ କରିଛନ୍ତି । ଏଥିଲାଗି ସେ ମାଟି, ପେପର ଗ୍ଲାସ୍‌ ଓ ଚୁମ୍‌କି ବ୍ୟବହାର କରିଥିବା ରାଓ କହିଛନ୍ତି । ଏହି ନିଆରା କଳାକୃତି ଲାଗି ରାଓ ଚର୍ଚ୍ଚାକୁ ଆସିଛନ୍ତି ।

pc pk
Leave A Reply

Your email address will not be published.