୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଧାନ ଓ କପାର ଅଭାବୀ ବିକ୍ରୀ ଓ କଟନୀ ଛଟନୀକୁ ନେଇ ପ୍ରତିବାଦ କରିଛି ବିଜେପି । ଗତ କିଛିଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ଲଗାତାର ଗଣଧାରଣା ଦେଇଥିଲା ଦଳ । ତେବେ ଆଜି ସକାଳୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ଫଳରେ ସବୁ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ, ଯାନବାହାନ ବନ୍ଦ ରହିଛି । ବିଜେପି କର୍ମୀ ଓ ନେତୃବୃନ୍ଦ ରାସ୍ତା ଉପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବନ୍ଦ ଫଳରେ ଯାତ୍ରୀ ହଇରାଣ ହେଉଛନ୍ତି । ସ୍କୁଲ ମଧ୍ୟ ବନ୍ଦ ରହିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ମଣ୍ଡିରେ ଚାଷୀ ହଇରାଣ ହେଉଛନ୍ତି । ଶୀତ କାକରରେ ପଡି ରହୁଛନ୍ତି । ପ୍ରଥମେ ବିଳମ୍ବିତ ମଣ୍ଡି, ପରେ ବର୍ଷାରେ ଧାନ ଖରାପ ନେଇ ଚାଷୀ ହଇରାଣ ହେଉଛନ୍ତି । ଆହୁରି ବି କଟନୀ ଛଟନୀର ଶିକାର ହେଉଛନ୍ତି । ଏମିତିକି କପାର ଅବସ୍ଥା ବି ସେୟା । ଲୋକେ ଅସନ୍ତୋଷ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହାକୁ ପ୍ରତିବାଦ କରି ଆଜି ବନ୍ଦ ଡାକରା ଦେଇଛି ବିଜେପି ।

Leave A Reply

Your email address will not be published.