oom

ବଲାଙ୍ଗିରରେ ଏପ୍ରିଲ ୧କୁ କଳା ଦିବସ ଭାବେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗିର ଶାଖା ତରଫରୁ କଳାଦିନ ରୂପେ ଆଜି ଦିନକୁ ଜୋରଦାର ରୂପେ ପାଳନ କରାଯାଇଛି । ଏଥିରେ ବଲାଙ୍ଗିରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ସଭ୍ୟମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସରକାରଙ୍କ କୁଶପୁତ୍ତଳିକା ଦାହ ସହ ଓଡିଶା ମାନଚିତ୍ରକୁ ଦୁଇ ଖଣ୍ଡ କରି କୋସଲାଂଚଳକୁ ଅଲଗା କରାଯାଇଥିଲା । ସବୁ କ୍ଷେତ୍ରରେ କୋସଲାଂଚଳ ଉପରେ ଉତ୍କଳିକରଣ ପରି ପ୍ରସଙ୍ଗକୁ ଲଦି ଦେଉଥିବାରୁ ବନ୍ଦେ ଉତ୍କଳ ଜନନୀର କ୍ୟାସେଟକୁ ମଧ୍ୟ ଭଙ୍ଗା ଯାଇଥିଲା । ଏହି ପରିପ୍ରେକ୍ଷିରେ ବରିଷ୍ଠ ନେତା ବିକ୍ରମାନନ୍ଦ ବହିଦାରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, କୋସଲ ଆନ୍ଦୋଳନର ସଫଳତା ଯୋଗୁଁ ଯୁବକ ଓ ଛାତ୍ରମାନେ ଆନ୍ଦୋଳନରେ ଯୋଗ ଦେଉଥିବାରୁ, ଅତିଶୀଘ୍ର ଅଲଗ କୋସଲ ରାଜ୍ୟ ଗଠନ ହୋଇପାରିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ କଳାଦିନର ଆଭିମୁଖ୍ୟକୁ ବର୍ଣ୍ଣନା କରି ସଭାକୁ ସଂଯୋଜନା କରିଥିଲେ । ଅନ୍ୟାନ୍ୟମାନଙ୍କ ମଧ୍ୟରେ ସମନ୍ୱୟ ସମିତିର ଜୋନାଲ ସଂଯୋଜକ ଶରତ ହୋତା, କୋଷାଧ୍ୟକ୍ଷ ରଣରାଜ ସିଂଦେଓ, ଶ୍ରମିକ ନେତା ରବି ମିଶ୍ର, ଜ୍ୟୋତି ମହାନ୍ତି, ଦଳିତ ନେତା ଦିନେଶ ନାଗ, ବରିଷ୍ଠ ନାଗରିକ ମଂଚର ସଂପାଦକ ପ୍ରଭାକର ମିଶ୍ର, କୋସଲ ପାଇଁ ବରିଷ୍ଠ ନାଗରିକର ସଭାପତି ମନୋରଂଜନ ମିଶ୍ର, ଦେଓଗାଁର ଚାଷୀନେତା ମିତ୍ରଭାନୁ ବାରିକ, ଅବସରପ୍ରାପ୍ତ ସୈନିକ ସଂଘର ସଂପଦକ ପ୍ରତାପ ରଥ, ଶିକ୍ଷକନେତା ଗୋବିନ୍ଦ ମିଶ୍ର, ପ୍ରଶନ୍ନ ମିଶ୍ର, ଯୁବ ନେତା ସ୍ୱାଧିନ ମିଶ୍ର, ସୁଶିଲ ମିଶ୍ର ପ୍ରମୁଖ ଅଲଗା ରାଜ୍ୟ ଦାବୀକୁ ସମର୍ଥନ କରି କଳା ଦିନ ପାଳନର ଯଥାର୍ଥତା ଉପରେ ଆଲୋଚନା କରିଥିଲେ । ସମନ୍ୱୟ ସମିତିର ଯୁବ ସଂଗଠକ ଯୁବ ସଂଗଠକ ରିଲୁ ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିନୋଦ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.