ପଦ୍ମପୁର ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବିକାଶ ପରିଷଦ, ପଦ୍ମପୁର ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଶିଶୁମନ୍ଦିର ବୌଦ୍ଧିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସନାତନ ଭୋଇ ଯୋଗଦାନ କରିଥିଲେ । ଗୁରୁ ବନ୍ଦନ କର୍ଯ୍ୟକ୍ରମରେ ସଭାପତି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଗୁରୁ ଶ୍ରୀ ଭୋଇଙ୍କୁ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସମ୍ପାଦକ ଡ଼କ୍ଟର ମନୋଜ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହେଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାହୋଇଥିଲା । ଦଶମ ଶ୍ରେଣୀ ଟପ୍ପର ଶିଶୁ ବିଦ୍ୟା ମନ୍ଦିରର ମିତ୍ର ବରୁଣ ଦାଶ, ନମ୍ରତା ମଗର, ସମୀକ୍ଷା ଶତପଥି, ଦ୍ୱାଦଶ ଶ୍ରେଣୀ କଳାରେ ଅଂଚଳ ମହାବିଦ୍ୟାଳୟର ସ୍ମୃତି ସୁଧା ଶତପଥି, ବିଜ୍ଞାନରେ ଜେନିଥର କଲ୍ୟାଣୀ ପ୍ରଧାନ ଏବଂ ବାଣିଜ୍ୟରେ ଶେଖ ଫାଇଜ଼ଲଙ୍କୁ କୃତିତ୍ୱ ପାଇଁ ସମ୍ବର୍ଦ୍ଧନା କରାଗଲା । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଏବଂ କିଶୋର ପାତ୍ର ପରିଚାଳନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟ ନାରାୟଣ ତ୍ରିପାଠୀ, ଡ଼କ୍ଟର ବାଞ୍ଛାନିଧି ପଣ୍ଡା, ତ୍ରିବିକ୍ରମ ପାଣିଗ୍ରାହୀ, ଶାନ୍ତନୁ ପାଣିଗ୍ରାହୀ, ସୁନୀଲ ଅଗ୍ରୱାଲ, ଶାନ୍ତିଶ୍ଵରୂପ ପୁରୋହିତ, ଚୈତନ୍ୟ ସାହୁ, ରଜତ ସାହୁ, ରାମମେହେର, ଟିକନୁ ସାହୁ, କୁଞ୍ଜବିହାରୀ ସରାଫ, ରୋହିତ ମେହେର, ରିତେଶ ମେହେର ଏବଂ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.