jayashree

ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉତିଷ୍ଠିତ କାର୍ଯ୍ୟକ୍ରମ

  • ଚନ୍ଦ୍ରମଣି ରଙ୍ଗମଞ୍ଚ ଓ ମ.ରାମପୁର ସାରସ୍ଵତ ଜଗତ ସମ୍ପର୍କରେ ଆଲୋଚନା

ମ.ରାମପୁର, (ହେମନ୍ତ ସାହୁ) : ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତାମାଳା ଉତିଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଚନ୍ଦ୍ରମଣି ରଙ୍ଗମଞ୍ଚ ଓ ମ.ରାମପୁରର ସାରସ୍ଵତ ଜଗତ’ ସମ୍ପର୍କରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଲିପ୍ସା ମହାରଣା ସଙ୍ଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଔପନ୍ୟାସିକ ଡିଲେଶ୍ୱର ରଣା ସଞ୍ଚାଳନ କରିଥିଲେ । କବି ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର ଆଲୋଚ୍ୟ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ । କୁଳସଚିବ ପୀତାମ୍ବର ଭୋଇ, ଆବାହକ ମେଜର ଡ. ଜୟଦେବ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପିକା ନେହା ରଥ ଧନ୍ୟବାଦ୍ ଦେଇଥିଲେ । ଏଥିରେ କଳାହାଣ୍ଡିର ବୁଦ୍ଧିଜୀବୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.