shyamal

ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିକାଲି ଲୋକେ ଜନ୍ମଦିନରେ କେକ୍ କାଟି, ନୃତ୍ୟ, ସଙ୍ଗୀତର ଆସର କରୁଥିବା ବେଳେ ନିଜ ପୁଅ ଦିବ୍ୟାଂଶୁର ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି ଯୁବକବି ସତ୍ୟ ଭୂଷଣ ସାହୁ । ଶ୍ରୀ ସାହୁ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟ ଅନକୀ ଗ୍ରାମର ଅଟନ୍ତି । ନିଜେ ଅଧ୍ୟୟନ କରିଥିବା ନିକଟସ୍ଥ ଡଭା ଉଚ୍ଚ ବିଦ୍ୟାଳୟ, ଡଭା ଠାରେ ନିଜେ ୧୦ଟି ସାଗୁଆନ ବୃକ୍ଷରୋପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚାରାଦେଇ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିବା ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଟିକେଶ୍ୱର ପଟେଲ, କର୍ମବୀର ସାହୁ, ସଙ୍ଗୀତା ଭୁଏ, ମନୋରମା ଭୋଇ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ପଟେଲ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଏହା ଏକ ସୁନ୍ଦର ନିଆରା କାର୍ଯ୍ୟକ୍ରମ ଆଗାମୀ ଦିନରେ ଶିକ୍ଷିତ ଯୁବସମାଜ ଏପରି ପଦକ୍ଷେପ ନେଲେ ବିଶ୍ୱ ତାପମାତ୍ରା ହ୍ରାସ ପାଇବାରେ ନିଶ୍ଚୟ ସହାୟକ ହେବ । ଶେଷରେ ଯୁବକବି ସତ୍ୟ ଭୂଷଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

purusottam
Leave A Reply

Your email address will not be published.