ଝାରବନ୍ଧ କଲେଜରେ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍ଏସ୍ଏସ୍‌ ୟୁନିଟ୍‌ ଓ ଯୁବ ରେଡ୍‌କ୍ରସ୍‌ ୟୁନିଟ୍‌ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ନେତୃତ୍ୱରେ ଅନେକ ଫଳ, ଫୁଲ ଓ ଔଷଧୀୟ ଚାରାରୋପଣ କରାଯାଇଥିଲା । ଏନ୍ଏସ୍ଏସ୍‌ ୟୁନିଟ୍‌ ମୁଖ୍ୟ ଶ୍ରୀମତୀ ରିତାଞ୍ଜଳି ଗୁରୁ ଓ ଯୁବ ରେଡ୍‌କ୍ରସ୍‌ ୟୁନିଟ୍‌ ମୁଖ୍ୟ ତାପସ ରଞ୍ଜନ ସାହୁ ଓ ମିନପ୍ରଭା ପ୍ରଧାନଙ୍କ ତତ୍ତ୍ଵାବଧାନରେ ତଥା ଛାତ୍ରଛାତ୍ରୀଙ୍କ ସହଯୋଗ କ୍ରମେ ସମଗ୍ର କାର୍ଯ୍ୟକ୍ରମ କରାଯାଇଥିଲା । ନିଜ ମା’ ଭଳି ନିଜ ଧରିତ୍ରୀ ମା’ଙ୍କ ଭୂଷଣ ସ୍ୱରୂପ ବୃକ୍ଷକୁ ଯତ୍ନ ନେବା ତଥା ପରିବେଶର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଏଥିରେ କଲେଜର ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଏବଂ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଚାରାରୋପଣ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.