ବଲାଙ୍ଗିର, (କେପିଏନ୍ଏସ୍) : ସରସ୍ଵତୀ ଶିଶୁ ବାଟିକା କଦମ୍ ପଡାଠାରେ ସ୍ୱାଧୀନତା ଦିବସ ଓ ଶ୍ରାକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କଳିଷ୍ଠ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜନ୍ମାଷ୍ଟମୀ ବିଷୟରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଂପାଦକ ତରଣୀ ସେନ ପଟେଲ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ କ୍ଷମାନିଧି ସାହୁ, ଦତ୍ତାନନ୍ଦ ପଣ୍ଡା, ପ୍ରକାଶ ଚନ୍ଦ୍ର ତରିଆ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିଶୁ ବାଟିକା ପ୍ରମୁଖ ବିଦ୍ୟୁତ ରେଖା କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ଭାଇ ଭଉଣୀ ସ୍ୱାଧୀନତା ସଂଗ୍ରାମୀ ଓ ଜନ୍ମାଷ୍ଟମୀ ଆଧାରିତ ବେଶରେ ଆସିଥିଲେ । ଶିଶୁଙ୍କ ଦ୍ଵାରା ଜନ୍ମାଷ୍ଟମୀ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦୁଇ ରୁ ତିନି ବର୍ଷ ବୟସର ୨୫ଜଣ ଶିଶୁ ଶ୍ରୀକୃଷ୍ଣ ମେଳାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଅଭିଭାବିକା, ଅଭିଭାବକ, ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା ।

Next Post