ଜାରି ରହିଛି ଲକ୍‌ଡାଉନ୍‌ ଏବଂ ରାତ୍ରୀକାଳୀନ କର୍ଫ୍ୟୁ : ବଲାଙ୍ଗିର ସହରରେ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକ୍‌ଡ଼ାଉନ୍‌ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ବଲାଙ୍ଗିର ସହରରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଆଦର୍ଶ ଟାଉନ୍‌ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ଉପସ୍ଥିତିରେ ଆଜି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ସ୍ଥାନୀୟ କଲେଜ ଛକ ଅଂଚଳରେ କଡ଼ାକଡ଼ି ଯାଂଚ ଚାଲିଥିବା ବେଳେ ଅମାନିଆଙ୍କ ଠାରୁ ଫାଇନ୍‌ ମଧ୍ୟ ଆଦାୟ କରାଯାଉଥିବା ସୂଚନା ମିଳିଛି । ତେବେ ଲକ୍‌ଡାଉନ୍‌ ତଥା ରାତ୍ରୀକାଳୀନ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ ପାଇଁ ଜନସାଧାରଣଙ୍କୁ ବାରମ୍ବାର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିବା ସତ୍ୱେ ଅମାନିଆମାନେ ତଥାପି ମାନୁ ନଥିବା ନଜରକୁ ଆସିଛି, ଯେଉଁଥି ପାଇଁ ପୋଲିସ ପ୍ରଶାସନକୁ ମଧ୍ୟ କଠୋର ପଦକ୍ଷେପ ନେବାକୁ ପଡ଼ୁଛି ।

jittmm
Leave A Reply

Your email address will not be published.