ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଜୁଲାଇ ମାସ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସମ୍ୟକ ସୂଚନା ଦେଇ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବିଭାଗୀୟ ମୁଖ୍ୟ, ଭାଷା ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ “ମାନସିଂହ ଓ ଗଙ୍ଗାଧର ମେହେରଙ୍କ ସୁସମ୍ପର୍କ ତଥା କବିତା ହୃଦୟରୁ ଉନ୍ମୁକ୍ତ ହୁଏ” ଏହା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ପାଦକ ଶ୍ରୀ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ୟେଶ ସମ୍ପର୍କରେ ଆଲୋକପାତ କରିଥିଲେ । ଡ଼ ଜୟନ୍ତୀ ବାଳା ଜେନା (ବାଙ୍କି, କଟକ)ଙ୍କ ବଳିଷ୍ଠ ସଂଯୋଜନାରେ ୪୦ରୁ ଅଧିକ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

ଏହି ଆସରରେ ବରଗଡ଼ ଜିଲ୍ଲାରୁ କବି ପ୍ରେମାନନ୍ଦ ବେହେରା, କବୟିତ୍ରୀ ପ୍ରତିମା ବାରିକ, ପୁରୀ ଜିଲ୍ଲାରୁ କବି ବିଷ୍ଣୁପ୍ରସାଦ ଦଳେଇ, କବି ବନବିହାରି ପଟ୍ଟନାୟକ, କବି ବିଦ୍ୟାଧର ପ୍ରଧାନ, କବି ଲଳିତ କୁମାର ସ୍ୱାଇଁ, କବି ବିଦ୍ୟାଧର ଦଳବେହେରା, କବି ପୁର୍ଣ ଚନ୍ଦ୍ର ଜେନା, କବି ରାକେଶ ବାରିକ, କବି ସରୋଜ ପ୍ରଧାନ, ଅନୁଗୁଳ ଜିଲ୍ଲାରୁ କବୟିତ୍ରୀ ନନ୍ଦିନୀ ରାଉତ, ଖୋର୍ଦ୍ଧା ଜିଲ୍ଲାରୁ କବୟିତ୍ରୀ ଜୟଶ୍ରୀ ମହାରଣା, କବୟିତ୍ରୀ ବିଳାସିନୀ ପଟ୍ଟନାୟକ, କବି ନିଧି ସାହୁ, ଗଞ୍ଜାମ ଜିଲ୍ଲାରୁ କବି ବଟକୃଷ୍ଣ ତ୍ରିପାଠୀ, କଟକ ଜିଲ୍ଲାରୁ କବୟିତ୍ରୀ ଡ଼ଃ ଜୟନ୍ତୀବାଳା ଜେନା, ନୟାଗଡ଼ ଜିଲ୍ଲାରୁ କବୟିତ୍ରୀ ନିହାରିକା ପଣ୍ଡା, କବୟିତ୍ରୀ ସବିତା ଶୁକ୍ଳା, ସମ୍ବଲପୁର ଜିଲ୍ଲାରୁ କବୟିତ୍ରୀ ଭାରତୀ ଦାଶ, ନୂଆପଡା ଜିଲ୍ଲାରୁ କବୟିତ୍ରୀ ଭାରତୀ ହୋତା, କୋରାପୁଟ ଜିଲ୍ଲାରୁ କବୟିତ୍ରୀ ଶୋଭାଙ୍ଗିନୀ ନନ୍ଦ, ଜଗତସିଂହପୁର ଜିଲ୍ଲାରୁ କବୟିତ୍ରୀ ସଂହିତା ଜେନା, କଳାହାଣ୍ଡି ଜିଲ୍ଲାରୁ କବୟିତ୍ରୀ କବିତାଞ୍ଜଳି ପଣ୍ଡା, ଭଦ୍ରକ ଜିଲ୍ଲାରୁ ଡ଼ଃ ରମାକାନ୍ତ ନାୟକ, ସୁଜାତା ଦାଶ, ସୁନ୍ଦରଗଡ ଜିଲ୍ଲା ରାଉରକେଲାରୁ କବୟିତ୍ରୀ ସବିତା ବସ୍ତିଆ, ବଲାଙ୍ଗିର ଜିଲ୍ଲାରୁ କବୟିତ୍ରୀ ସ୍ୱାତୀ ସୁମନ ମହାପାତ୍ର, ବାଲେଶ୍ଵର ଜିଲ୍ଲାରୁ କବି ରଞ୍ଜନ କୁମାର ମହାନ୍ତି, କେଉଁଝର ଜିଲ୍ଲାରୁ କବି ରତି ରଞ୍ଜନ ରାଉତ ଏବଂ ଛତିଶଗଡ଼ରୁ କବୟିତ୍ରୀ କୃଷ୍ଣା ମିଶ୍ର ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିବା ବେଳେ କ୍ରିଷ୍ଣାଞ୍ଜଳି ଦାଶ ସମୀକ୍ଷା ସୂଚକ କଥା ରଖିଲେ ।

କବି ପ୍ରେମାନନ୍ଦ ବେହେରା କବିତାଗୁଡିକୁ ସମୀକ୍ଷା କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲକଡାଉନ ସମୟରେ ଏହି ଆସର ସମସ୍ତଙ୍କ ମୁଁହରେ ହସ ଫୁଟାଇ ପାରିଥିବା ବେଳେ ଆଗାମୀ ଦିନରେ ଏହି କବିତା ଆସର ଆହୁରି ଉନ୍ନତି ହେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ହେବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.