ବଲାଙ୍ଗିର ଜେଏସ୍‌ଏମ୍‌ କମର୍ସ କଲେଜ ପକ୍ଷରୁ ଇଣ୍ଟ୍ରା କଲେଜ କବାଡି ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବାଡି ହେଉଛି ଏକ ଯୋଗାଯୋଗ ଦଳ ଖେଳ । ଏହା ଭାରତୀୟ ଉପମହାଦେଶ ଏବଂ ଅନ୍ୟ ଆଖପାଖ ଏସୀୟ ଦେଶମାନଙ୍କରେ ଲୋକପ୍ରିୟ ଖେଳ ଅଟେ । ବଲାଙ୍ଗିର ଜେଏସ୍‌ଏମ୍ କଲେଜ ଆନୁକୂଲ୍ୟରେ ଖୁଜେନପାଲି ଏଫ୍‌ସିଆଇ ଖେଳ ପଡିଆଠାରେ ଏକ ଇଣ୍ଟ୍ରା କଲେଜ କବାଡି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କଲେଜର ଚେୟାରମେନ ସି.ଏ ଶ୍ରୀକାନ୍ତ ଶର୍ମା ଓ କଲେଜ ସମ୍ପାଦିକା ଶ୍ରୀମତୀ ସୁମନ ଶର୍ମା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚରେ ଛାତ୍ର ଦଳ ୫ଟି ଓ ଛାତ୍ରୀ ଦଳ ୨ଟି ମୋଟ ୭ଟି ଦଳ ଅଂଶ ଗ୍ରହଣ କରିଥିଲେ । ଛାତ୍ର ଦଳରେ ରେଡ ଗୃପ ଓ ଇୟୋଲୋ ଗୃପ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଛାତ୍ରୀ ଦଳରେ ବ୍ଲେକ ଗୃପ ଓ ରେଡ୍ ଗୃପ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଛାତ୍ର ଓ ଛାତ୍ରୀ ଦଳରେ ଉଭୟ ରେଡ ଗୃପ ବିଜେତା ହୋଇଥିଲେ । କଲେଜ ସମ୍ପାଦିକା ଶ୍ରୀମତୀ ସୁମନ ଶର୍ମା ଖେଲାଳିମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ, କଲେଜ ସ୍ଟାଫମାନଙ୍କ ସହିତ କବାଡି ଖେଳରେ ସାମିଲ ହୋଇଥିଲେ । କଲେଜର ଚେୟାରମେନ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ସଭାପତିତ୍ଵରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିରେ ଖେଳାଳି ତଥା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ । ଖେଳ ପରିଚାଳନାରେ ଖେଳ ଶିକ୍ଷକ ନିରୋଜ ମିଶ୍ର, ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଭୂମିକା ଜେନ୍, ଚମନ ନାୟକ, ସୁପ୍ରିୟା ମହାପାତ୍ର, ମୋନିକା ଜସୟୋଲ, ତନୁଜା ମିଶ୍ର, ସ୍ଥିତି ପ୍ରଜ୍ଞା ପୁରୋହିତ, ସମର୍ପିତ ପଟ୍ଟନାୟକ, ସଦାଶିବ ସାହୁ ଓ କଲେଜ ସ୍ଟାଫ ସେଶାଦ୍ରି ସ୍ୱାଇଁ, ରତିକାନ୍ତ ଦଳାଇ, ଶିଶିର କୁମାର ଦାଶ, ବିମଲା ଓ ଗୀତା ସହିତ କଲେଜର ଛାତ୍ରଛାତ୍ରୀ କାଉନସିଲର ସହିତ ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.