centurian jitm

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ମା’ ଓ ପୁଅକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କଣ୍ଟାବାଞ୍ଜି ଏଡିଜେ

nschool

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କାଦୋପଡା ସ୍ଥିତ ସୁରେଶ ଘିଭେଲାଙ୍କ ଝିଅ ପିଙ୍କି ଘିଭେଲାଙ୍କୁ ଗତ ୨୦୧୧ ମସିହାରେ କଣ୍ଟାବାଞ୍ଜି ସ୍ଥିତ ଧୋବାପଡାର ପୂର୍ଣ୍ଣ ବଗର୍ତି ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ହେବାର ୩ମାସ ପରେ ଯୌତୁକ ଦିଆନିଆକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ଶାଶୁ ଲାଲଦେଇ ବଗର୍ତିଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହିତ ପିଙ୍କିଙ୍କୁ ମା ପୁଅ ଉଭୟ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପିଙ୍କି ଏମାନଙ୍କ ନିର୍ଯ୍ୟାତନାକୁ ସହି ନ ପାରି ଶେଷରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ପିଙ୍କିର ପିତା ସୁରେଶ ଘିଭେଲା ଓ ମାଆ ଦେବକି କଣ୍ଟାବାଞ୍ଜି ଥାନାରେ ଏକ ଯୌତୁକ ଜନିତ ନିର୍ଯ୍ୟାତନା ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କଣ୍ଟାବାଞ୍ଜି ପୋଲିସ ପୂର୍ଣ୍ଣ ବଗର୍ତି ଓ ମାତା ଲାଲଦେଇ ବଗର୍ତିକୁ ଗିରଫ କରି କଣ୍ଟାବାଞ୍ଜି କୋର୍ଟ ଚାଲାଣ କରିଥିଲା । ଏହି ଦୁହିଁଙ୍କ ଜାମିନ ନା ମଂଜୁର ହେବାରୁ ବିଚାରାଧିନ କଏଦି ଭାବେ କଣ୍ଟାବାଞ୍ଜି ସବ୍‌ଜେଲକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ମା’ ଓ ପୁଅଙ୍କ ଜାମିନ ମଂଜୁର ହୋଇ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ କେସ ଚାଲୁଥିବା ବେଳେ ମାନ୍ୟବର ଏଡିଜେ ଗତକାଲି ଏହାର ଶୁଣାଣି କରି ଉଭୟ ମା’ ଓ ପୁଅଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି କଣ୍ଟାବାଞ୍ଜି ଜେଲ ହାଜତକୁ ପଠାଯାଇଥିବା ଜଣାପଡିଛି । ମାମଲାକୁ ସରକାରୀ ଓକିଲ କାନନ କିଶୋର ପଣ୍ଡା ଏବଂ ଓକିଲ ମନୋଜ ଦାସ ପରିଚାଳନା କରୁଥିବା ଜଣାପଡିଛି ।

Leave A Reply

Your email address will not be published.