centurian jitm

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌, ଝାରବନ୍ଧ ଗଠିତ : ମୋତିଲାଲ ବାଗ ସଭାପତି, ସମ୍ପାଦକ ବଂଶୀଧର ନାୟକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଯୁବ ସାମ୍ବାଦିକମାନଙ୍କୁ ନେଇ ଝାରବନ୍ଧ ବନଦୁର୍ଗା ମଣ୍ଡପଠାରେ ସାମ୍ବାଦିକ ସୋମନାଥ ବାଗଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ଭୂମିକା ଏବଂ କର୍ତ୍ତବ୍ୟ, ସାମ୍ବାଦିକତା କ୍ଷେତ୍ରରେ ପ୍ରଶାସନିକ ଉଦାସିନତା ତଥା ନିରପେକ୍ଷ ଖବର ପରିବେଷଣ ଓ ସାମ୍ବାଦିକମାନଙ୍କ ସୁରକ୍ଷା, ବୀମା ସମ୍ପର୍କରେ ପୁଙ୍ଖାନୁପଙ୍ଖ ଭାବରେ ଆଲୋଚନା ହୋଇଥିଲା । ସାମ୍ବାଦିକ ଏକତାକୁ ସୁଦୂର ବଜାୟ ରଖିବା ପାଇଁ “ଜର୍ଣ୍ଣାଲିଷ୍ଟ ଏସୋସିଏସନ, ଝାରବନ୍ଧ” ଗଠନ କରାଯାଇଛି । “ଜର୍ଣ୍ଣା୍ଲିଷ୍ଟ ଏସୋସିଏସନ, ଝାରବନ୍ଧ”ର ସଭାପତି ଭାବେ ସାମ୍ବାଦିକ ମୋତିଲାଲ ବାଗ, ସମ୍ପାଦକ ଭାବେ ସାମ୍ବାଦିକ ବଂଶୀଧର ନାୟକ, କୋଷାଧ୍ୟକ୍ଷ ଭାବେ ସାମ୍ବାଦିକ କାର୍ତ୍ତିକ ବରିହା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସାମ୍ବାଦିକ ସୋମନାଥ ବାଗ, ସୌଦାଗର ବରିହା, ନାରାୟଣ ସତନାମିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଲୋକଙ୍କର ସମସ୍ତ ପ୍ରକାରର ସମସ୍ୟାକୁ ଲୋକ ଲୋଚନକୁ ଆଣି ପ୍ରଶାସନ ପାଖକୁ ଖବର ପହଞ୍ଚାଇ ଲୋକମାନଙ୍କ ହକ ଅଧିକାର ପାଇଁ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.