jayashree

ଡୁଙ୍ଗୁରିପାଲି ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ପ୍ରୟାସ ଆରମ୍ଭ କରାଯାଇଅଛି । ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଶିଶୁ ସୁରକ୍ଷା, ସଡକ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଗଲେ ସେମାନେ ଜୀବନରେ ଉପକୃତ ହେବେ ସେ ବିଷୟରେ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଏବଂ ପରାମର୍ଶଦାତା ମାନଙ୍କ ସହିତ କୋଭିଡ ଗାଇଡଲାଇନ ଅନୁପାଳନ କରି ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ କର୍ମି ମାନେ ଆଲୋଚନା କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସାଧନକର୍ମି ହୃଷିକେଶ ଡାଙ୍ଗ, ରିସୋର୍ସପାର୍ସନ ଅନୁପ୍ରୀୟା ମିଶ୍ର, ପରାମର୍ଶଦାତା ନିମାଇଁ ମଲ୍ଲୀକ, କୁମୁଦ କୁମାର ମଟାରୀ ପ୍ରମୁଖ ବ୍ଲକର ବିଭିନ୍ନ ସ୍କୁଲକୁ ୪ ଦିନ ବ୍ୟାପୀ ପରିଦର୍ଶନ କରି ସ୍କୁଲ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଆୟୋଜିତ ହେଉଥିବା ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ଆହ୍ୱାନ ଦେଇଥିଲେ । ଡୁଙ୍ଗୁରିପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ବୈଶାଖୁ ପଧାନ, ରାଧାକୃଷ୍ଣ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଅଂଜଳୀ ପଣ୍ଡା, ରାମପୁର ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ହୋସିଆ ଛତ୍ରିଆ, ବଡକର୍ଲ୍ଲେ ହାଇସ୍କୁଲର ପ୍ରଧାନଶିକ୍ଷକ ରମେଶ ଭୋଇ, ଅଂଧାରୀବାଜିର ବିନୋଦ ଦ୍ୱାରୀ, ଗଜବନ୍ଧର ଯୁଧିଷ୍ଠିର ରଣା, ଚନ୍ଦଲିର ବିଶାଖା ବାଗ, କନ୍ଦାଗାଡର ରମେଶ ଭୋଇ, ବାଙ୍କିପାଲିର ନବୀନ କୁମାର ପାଢୀ, ମାହାବର୍ହା ହାଇସ୍କୁଲର ମନୋଜ କୁମାର ପୂଜାରୀ, ବେହରାମାଲର ହୃଷିକେଶ ଭୋଇ, ଚେରୁପାଲିର ଡୋଲାମଣି ଭୁକ୍ତା, ଚେରୁପାଲି ବାଳିକା ହାଇସ୍କୁଲର ହିମାଂଶୁ ଶେଖର ଦାଶ, ଚିନାଯୁରୀର ପବିତ୍ର ଗଡତିଆ, ସହଲାର ସୁବୋଧ ନାରାୟଣ ସା, ତମାମୁରାର ଅନିରୁଦ୍ଧ ପଧାନ, ଗଧାପାଲିର ସଦାନନ୍ଦ ପଧାନ, ଦିଗସିରାର ଚତୁର୍ଭଜ ସାହୁ, ସୁନାପାଲିର ସସ୍ମିତା ସାହୁ, ସରଗୁଲର କୃଷ୍ଣପ୍ରୀୟା ସାହାଣୀଙ୍କ ସମେତ ବିଭିନ୍ନ ସ୍କୁଲର କାଉନସିଲର ଦୌଲତ ସା, ରବିନ୍ଦ୍ର ଦୀପ, ଘନଶ୍ୟାମ ମେହେର, ଧ୍ରୁବ ବାରିକ, ଆକୁନ୍ଦ ସାହୁ, ସୁଜିତ ଭୋଇ, ଶଙ୍କର ପ୍ରସାଦ ଭୋଇ, ରମେଶ ପଧାନ, ସଂଜୀବ ପଟେଲ, ସୁନିଲ ପଧାନ, ତୋଷବନ୍ତ ସେଠ, ଗୁଣନିଧି ସାହୁ, ଜିତେନ୍ଦ୍ରୀୟ ବୁଡେକ, ଶୋଭାଚନ୍ଦ୍ର ବାରିକ, ଦେବକୀ ବାଘ, ସଂଜୀବ ପଧାନ, ଦୌଲତ ସା, ପ୍ରଶନ୍ନ ଭରାସାଗର, ସୁରେଶ ବିଶି ପ୍ରମୁଖ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜୁଲତା ଭୋଇ, ସଂପାଦକ ହିମାଂଶୁ ଶେଖର କର, ଉପସଭାପତି ଗତିକୃଷ୍ଣ ମିଶ୍ର ଏବଂ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସର କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି ।

Leave A Reply

Your email address will not be published.