oom

ଭାରତୀୟ ଜୁଡୋ ଫେଡେରେସନ ତଥା ଓଡ଼ିଶା ଅଲମ୍ପିକ ଜୁଡୋ ଆସୋସିଏସନ ଉଦ୍‌ଘାଟିତ

jsmm

କଳାହାଣ୍ଡି, (ପି. କେ. ସାହୁ) : ଭାରତୀୟ ଜୁଡୋ ଫେଡେରେସନ ତଥା ଓଡ଼ିଶା ଆଲେମ୍ପିକ ଜୁଡୋ ଆସୋସିଏସନ ଉଦ୍‌ଘାଟିତ ହୋଇଯାଇଛି । ଯୁବ ଖେଳାଳିକୁ ଆଗେଇ ନେବା ପାଇଁ ଭାରତୀୟ ଜୁଡୋ ମହାସଂଘ ତଥା ଓଡ଼ିଶା ଆଲମ୍ପିକ ସଂଘର ଅନୁବନ୍ଧିତ ରାଜ୍ୟ ଜୁଡୋ ଆସୋସିଏସନ୍‌ ପକ୍ଷରୁ ପଶ୍ଚିମ ଓଡିଶା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରର ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଗତ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସିଇଓ ଗୀତାଞ୍ଜଳି ପଣ୍ଡା, ଆଇ. ଡି. ଜ୍ୟୋତି ପ୍ରକାଶ ପରିଡା, ସଭାପତି ଗୋବିନ୍ଦ ଜୈନ, ସମ୍ପାଦକ ଦେବେନ୍ଦ୍ର ଜୈନ, କୋଷାଧ୍ୟକ୍ଷ କେଦାର କବାଟ, ଗୁରୁକୃପା ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲାରୁ ୩୭୫ ଜଣ ଯୁବ ବାଳକ ଓ ବାଳିକା ଖେଳାଳି ଯୋଗ ଦେଇ ଖେଳ ପ୍ରଦର୍ଶନ କରିଥିଲେ । କ୍ୟାଡେଟ ବାଳକ ଓ ବାଳିକା ବିଭାଗରେ ୮ ଜଣ ଲେଖାଏଁ ସ୍ୱର୍ଣ୍ଣ ପଦକ, ବରିଷ୍ଠ ଓ କନିଷ୍ଠ ବାଳକ ଓ ବାଳିକା ବିଭାଗରେ ୭ ଜଣ ଲେଖାଏଁ ମୋଟ୪୪ ଜଣ ପ୍ରତିଯୋଗୀ ଉତ୍ତୀର୍ଣ୍ଣ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବରିଷ୍ଠ ବିଭାଗରେ ଭୁବନେଶ୍ୱର ଦଳ ବିଜୟୀ ହୋଇଥିବା ବେଳେ ସମ୍ବଲପୁର ଉପବିଜେତା ହୋଇଥିଲା । କଳାହାଣ୍ଡି ଜିଲ୍ଲାର ସଭାପତି ଦେବଦତ୍ତ ବେହେରା, ଉପସଭାପତି ପତିରାମ ହଂସ, ସମ୍ପାଦକ ମମତା କବାଟ, ଯୁଗ୍ମ ସମ୍ପାଦକ ମହୀପାଳ ଚଲାନ୍, କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ବେହେରା ଓ ଅନ୍ୟାନ୍ୟ ସଦସ୍ୟମାନେ ଉତ୍ସାହିତ କରିଥିଲେ । କଳାହାଣ୍ଡି କୋଚ୍ ଦେବେନ୍ଦ୍ର ଜୈନ ଓ ସମ୍ପାଦକ ମମତା କବାଟଙ୍କ ନେତୃତ୍ୱରେ କଳାହାଣ୍ଡି ଜୁଡୋ ଆସୋସିଏସନ୍‌ରୁ ତିନିଟି ବାଳକ ଓ ବାଳିକା ଗଗନ ସାହୁ, ଜୟନ୍ତୀ ଚଲାନ ଓ ଗୁପ୍ତେଶ୍ୱର ସାହୁ ଅଂଶ ଗ୍ରହଣ କରିଥିଲେ । ଏହି ତିନି ଜଣଙ୍କ ମଧ୍ୟରୁ ଗଗନ ସାହୁ କାଂସ୍ୟ ପଦକ ହାସଲ କଲେ ।

jittmm
Leave A Reply

Your email address will not be published.