oom

ବଲାଙ୍ଗିର ଯୁବ କଳାକାର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୧ ସମୟରେ ଯୁବ କଳାକାର ସଂଘ ବଲାଙ୍ଗିର ତରଫରୁ ଓଡିଶାର ସୁପରିଚିତ ଆମ ମାଟିର ଗର୍ବ ଓ ଗୌରବ ଅଟଳ ବିହାରୀ ପଣ୍ଡା ଓ ଡୁଲେଶ୍ୱର ଦାସଙ୍କ ଉଦ୍ଦେଶ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା । ଓଡିଶାର ଘରେ ଘରେ ପରିଚିତ ଆମର ମାଟିର ଗର୍ବ ଓ ଗୌରବ, ଯିଏ ବୃଦ୍ଧ ବୟସରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ହୀରୋ ହୋଇ ବସି ସାରିଥିଲେ ଏବଂ ଅନ୍ୟ ଜଣେ ଖୁବ କମ୍‌ ବୟସରେ କମ୍‌ ସମୟ ମଧ୍ୟରେ ହାସ୍ୟ କଳା ମାଧ୍ୟମରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଥିଲେ । ଏହି ଦୁଇ କଳାକାରଙ୍କ ବିୟୋଗରେ ସ୍ତବ୍ଧ ହୋଇପଡିଥିଲା କଳାକାର ଜଗତ । ଆଜି ଯୁବ କଳାକାର ସଂଘ, ବଲାଙ୍ଗିର ତରଫରୁ କରୋନା କଟକଣାକୁ ଆଖି ଆଗରେ ରଖି ଗୁଗୁଲ ମିଟ୍‌ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା । ସର୍ବ ପ୍ରଥମେ ଅମର ଆତ୍ମାର ସତଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରବର୍ତ୍ତୀ ସମୟରେ ବିନୋଦ କୁମାର କାଲସାଏଙ୍କ ସଭାପତିତ୍ୱରେ ସଭାକାର୍ୟ୍ୟ ପରିଚାଳନା କରାଯାଇଥିଲା । ସମସ୍ତ କଳାକାର ଦୁଇ କଳାକାରଙ୍କ ସ୍ମୃତି ଚାରଣ କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି କାର୍ୟ୍ୟକ୍ରମରେ ଅର୍ଚ୍ଚନା ପାଢୀ, ମିଲି ବାରିକ, ରୋସନୀ ମହାନନ୍ଦ, ଆରାଧନା ତ୍ରିପାଠୀ, ଗୋପାଳ ପ୍ରଧାନ, ଗୋବର୍ଦ୍ଧନ ଭୋଇ, ଅଜୟ ନାଗ, ବିଜୟ ବେହେରା, ଏମ୍‌.ଏନ୍‌ ଭରତ ନାଗ, ଅମିୟ ବରିହା, ଝଲ ବାରିକ, ରୋସନ ରାଜ, ବିବେକ କୁମାର, ନୂତନ ମିଶ୍ର, ଆର୍‌. ଜେ. ମନିଷ, ସୁଭମ ଉଦୁରକୁଲିଆ, ସୁମେଷ ଡାଙ୍ଗ, ଥବିର କର୍ମୀ, ରିକି, ସଶୀ ପ୍ରମୁଖ କଳାକାରମାନେ ଯୋଗଦାନ କରି ସ୍ମୃତି ଚାରଣ କରିଥିଲେ ।

jittmm
Leave A Reply

Your email address will not be published.