ସମ୍ବିଧାନ ଦିବସରେ ଆରମ୍ଭ ହେଲା ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଆଜିର ଦିନରେ କଣ୍ଟାବାଞ୍ଜି ସହ ତଥା ଆଖ ପାଖ ଅଞ୍ଚଳର ଆଦିବାସୀ ଯୁବକମାନଙ୍କୁ ନେଇ ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ ଗଠନ ହୋଇଛି । ଅଞ୍ଚଳର ଆଦିବାସୀ, ଦଳିତ, ଗରିବ ଖଟିଖିଆମାନଙ୍କ ହକ୍‌ ଅଧିକାର ପାଇଁ ଏହି ସଂଘ କାମ କରିବ । ସଂଗଠନ ସଭାପତି ଭାବେ ଯୁଗଳ କିଶୋର ଶବରଙ୍କୁ ସର୍ବ ସମ୍ମତି ଭାବେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ମିନିକେତନ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଶବରଙ୍କୁ ଚୟନ କରାଯାଇଛି । କାର୍ଯ୍ୟକାରୀ ସଦସ୍ୟରେ କେତନ ଭୋଇ, ବିସିକେଶନ ମାଝୀ, କମଳ କିଶୋର ଶବର, ଭୋଜରାଜ ଧରୁଆ, ଚନ୍ଦ୍ରମଣି ଶବର ପ୍ରମୁଖ ରହିଛନ୍ତି । ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ଏହି ସଂଘ ବଜାୟ ରଖିବା ସହ ଆଦିବାସୀ, ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ଲଢେଇ କରିବ ବୋଲି ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଙ୍ଘ ସଭାପତି ଶ୍ରୀ ଶବର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.