ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର ଯୁବ ରେଡ଼୍‌କ୍ରସ୍‌ ଶାଖା ଏବଂ ରେଡ଼୍‌ରିବନ୍‌ କ୍ଲବର ମିଳିତ ଉଦ୍ୟମରେ ‘ବିଶ୍ଵ ଏଡ଼୍‌ସ୍‌ ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଔଷଧ ବିଶେଷଜ୍ଞ ଡ.ଯଦୁମଣି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଡ଼୍‌ସ୍‌ ଏବଂ ଏଚ୍‌ଆଇଭି ବିଷୟରେ ତାଙ୍କର ଅବିଭାଷଣ ସମସ୍ତଙ୍କ ପାଇଁ ସାରଗର୍ଭକ ଥିଲା । ଛାତ୍ରୀମାନଙ୍କ ମଧ୍ୟରେ ଏହା ବିଶେଷ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ଏଥିପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷା ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ । ପରିଶେଷରେ ଏଡ଼୍‌ସ୍‌ର ସଚେତନତା ପାଇଁ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଏକ ରାଲି କରଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡ଼୍‌କ୍ରସ୍‌ର କାଉନ୍‌ସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ ପରିଚାଳନା କରିଥିଲେ । ଏଥିରେ ଯୁବ ରେଡ଼୍‌କ୍ରସ୍‌ର ଅନ୍ୟତମ କାଉନ୍‌ସିଲର ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସ୍ଵେଚ୍ଛାସେବୀ ଛାତ୍ରୀମାନେ, ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.