ବାଉଁଶୁଣି ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ : ୬ ଗିରଫ, ମୋବାଇଲ ଜବତ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇ ୬ ଜୁଆଡିକୁ ଗିରଫ କରିଛି । ସେମାନେ ହେଲେ ବୌଦ୍ଧ ଜିଲ୍ଲାର ୫ ଏବଂ ସୋନପୁର ଜିଲ୍ଲାର ଜଣେ । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଛେଲିବହାଲର ସୁରୁ ପ୍ରଧାନ, ଅଇଁଲାପାଲିର ସୁଧାଂଶୁ ମେହେର, ହିଲୁଙ୍ଗର ରବୀନ୍ଦ୍ର ସାହୁ, ବାଉଁଶୁନିର ଲକ୍ଷ୍ମୀ ନାରାୟଣ ମେହେର, ମହେଶ୍ୱରପିଣ୍ଡାର ସୁରେନ୍ଦ୍ର ସେଠୀ ଏବଂ ସୋନପୁର ଜିଲ୍ଲା ବୁରମୁଣ୍ଡା ଗ୍ରାମର କରୁଣାକର ପ୍ରଧାନ । ବାଉଁଶୁନି ଥାନା ଅନ୍ତର୍ଗତ ଅଇଁଲାପାଲି ଗ୍ରାମର ରଜାବନ୍ଧ ଠାରେ ଜୁଆ ଖେଳ ଚାଲୁଥିବା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ପୋଲିସ୍ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇଥିଲେ । ପୁଲିସ ସେମାନଙ୍କଠାରୁ ନଗଦ ୧୮ ହଜାର ୨୫ ଟଙ୍କା ଓ ୬ ଟି ମୋବାଇଲ୍ ମଧ୍ୟ ଜବତ କରିଛି । ଜୁଆରେ ବ୍ୟବହୃତ ସାମଗ୍ରୀ ଘୁଡୁଘୁଡ଼ୁ ପଟି ଏବଂ ଅନ୍ୟ ବହୁ ସାମଗ୍ରୀ ମଧ୍ୟ ଜବତ କରିଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.