ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନଏସ) : ଡୁଙ୍ଗୁରିପାଲି ବ୍ଲକ୍ ସ୍ଥିତ ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲକ୍‌ସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀତିସ ସାହୁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ, ଗୋଷ୍ଟି ସମ୍ବଳ ଶିକ୍ଷକ ସୀତାରାମ ପଧାନ ଓ ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଶୁଖା, ଇଚ୍ଛାପୁର ଓ ସର୍ଗୁଲ କ୍ଲଷ୍ଟରର ୧୮୫ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା, ୮୩ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଥିଲା ଏବଂ ୧୫ଜଣ ଛାତ୍ରଛାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଚକ୍ଷୁ ଡାକ୍ତରମାନେ କହିଥିଲେ । ଏଥିରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁ, ସୁରେଶ କୁମାର ନାୟକ, ନୀଳକଣ୍ଠ ନାଏକ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ସାହୁ, ଲୋଚନ ସାହୁ ଶିକ୍ଷକ ମୀନକେତନ ପଧାନ, ଲକ୍ଷପତି ବୁଡେକ, ସଙ୍କୀର୍ତ୍ତନ ଭୋଇ, ସଚିନ କୁମାର ମହାନ୍ତି, ଦିନେଶ ସା ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହିତ ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.