lika

ପିଏମ୍ ଜନ ଧନ ଯୋଜନା : ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

gbag

ନୂଆଦିଲ୍ଲୀ, (ପିଆଇବି) : ଗୋଟିଏ ଦଶନ୍ଧି ପୂର୍ବରୁ ଅନେକ ଭାରତୀୟଙ୍କ ପାଇଁ ବ୍ୟାଙ୍କ ସେବା ଦିବାସ୍ୱପ୍ନ ପରି ଥିଲା । ବିଶେଷ କରି ଗ୍ରାମୀଣ ଏବଂ ବଞ୍ଚିତ ସମୁଦାୟର ଲୋକମାନେ ଏଥିରୁ ବଞ୍ଚିତ ହେଉଥିଲେ । ଆନୁଷ୍ଠାନିକ ଆର୍ଥିକ ସେବାର ସୁବିଧା ବିନା, ଲକ୍ଷ ଲକ୍ଷ ଲୋକ ଘରେ ନଗଦ ସଞ୍ଚୟ ଏବଂ ଅନୌପଚାରିକ ଋଣଦାତାମାନଙ୍କଠାରୁ ଉଚ୍ଚ ସୁଧ ଋଣ ଉପରେ ନିର୍ଭର କରୁଥିଲେ, ଯାହା ସେମାନଙ୍କୁ ଦୁର୍ବଳତାର ଚକ୍ରରେ ଫସାଇ ଦେଇଥିଲା । ବ୍ୟାଙ୍କ ସେବା ନଥିବା ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା, ଆର୍ଥିକ ସେବାରୁ ବଞ୍ଚିତ ଲୋକଙ୍କୁ ପାଣ୍ଠି ଯୋଗାଇବା ଏବଂ ସେବାରୁ ବଞ୍ଚିତ ଏବଂ ଅବହେଳିତ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇବାର ଲକ୍ଷ୍ୟ ନେଇ ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ, ‘‘ପିଏମ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ ପରିବର୍ତ୍ତନ କରିଛି । ଏହା ବ୍ୟାଙ୍କ ଏବଂ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ ସମାପ୍ତ କରିବା ସହିତ ସମ୍ମାନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଛି ।” ଏହି ଯୋଜନା ଅଧୀନରେ ୫୬.୧୬ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି, ଯାହାର ମୋଟ ଜମାରାଶି ୨୦୨୫ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ୨.୬୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ୫୬% ଜନଧନ ଖାତା ମହିଳାଙ୍କ ନାମରେ ରହିଛି, ଯାହା ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାରେ ଯୋଜନାର ଭୂମିକାକୁ ଉଲ୍ଲେଖ କରେ । ଜନ ଧନ ଯୋଜନାରେ କମ୍ କାଗଜପତ୍ର, ଶୂନ୍ୟ ଜମାରାଶି ଏବଂ ସହଜ କେୱାଇସି ସହିତ ବ୍ୟାଙ୍କ ଖାତା ଖୋଲାଯାଉଛି । ଜନ ଧନ ଖାତା ଖୋଲିବା ପାଇଁ ଏବେ ସୁଦ୍ଧା ୯୯,୭୫୩ଟି ଶିବିର ଆୟୋଜନ କରାଯାଇଛି । ଟଙ୍କା ଉଠାଣ ପାଇଁ ଡେବିଟ୍ କାର୍ଡ ସହିତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ, ପେନସନ ସୁବିଧା ମିଳିପାରୁଛି । ଔପଚାରିକ ଆଇନଗତ ଦସ୍ତାବିଜ ନଥିବା ବ୍ୟକ୍ତିବିଶେଷମାନେ ୧୨ ମାସର ଅବଧି ଥିବା ଛୋଟା ଖାତା ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁବିଧା ଏହି ଯୋଜନାରେ ରହିଛି ଯାହାକୁ ପରବର୍ତ୍ତୀ ୧୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ବ୍ୟାଙ୍କ ଦ୍ୱାରା ନିଯୁକ୍ତ ଖୁଚୁରା ଏଜେଣ୍ଟ ବା ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କୁ ସବୁପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି । ପିଏମଜେଡିୱାଇ ହିତାଧିକାରୀମାନେ ଡିବିଟି, ପିଏମ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ମୁଦ୍ରା ଯୋଜନା ପାଇଁ ଯୋଗ୍ୟତା ହାସଲ କରିପାରୁଛନ୍ତି । ଜନ ଧନ ବ୍ୟାଙ୍କ ଖାତାରେ ୩୨୭ଟି ସରକାରୀ ଯୋଜନାରେ ସିଧାସଳଖ ସହାୟତା ହସ୍ତାନ୍ତର (ଡିବିଟି) ସୁବିଧା ମିଳିପାରୁଛି, ଫଳରେ ବାଟମାରଣା ଏବଂ ଦଲାଲଙ୍କ ହସ୍ତକ୍ଷେପ ଦୂର ହୋଇପାରୁଛି । ୨୦୧୫ରେ ୧୪.୭୨ କୋଟି ଜନ ଧନ ଖାତା ଖୋଲାଯାଇଥିବା ବେଳେ ଅଗଷ୍ଟ ୨୦୨୫ରେ ଖାତା ସଂଖ୍ୟା ୫୬.୧୬ କୋଟିରେ ପହଞ୍ଚିଛି । ୬୭% ଖାତା ଗ୍ରାମୀଣ/ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଥିବା ୩୩% ଜନଧନ ଖାତା ସହରାଞ୍ଚଳ/ମେଟ୍ରୋ ସହରରେ ଖୋଲାଯାଇଛି । ଜନଧନ ଖାତାଧାରୀଙ୍କ ମଧ୍ୟରେ ୫୬% ମହିଳା ରହିଛନ୍ତି । ଏହା ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁଛି । ଏହା ମଧ୍ୟ ବିଭିନ୍ନ ସାମାଜିକ ଯୋଜନାର ଲାଭ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେଉଛି । ମାର୍ଚ୍ଚ ୨୦୧୫ରେ ଜନ ଧନ ଆକାଉଣ୍ଟଗୁନିକରେ ୧୫,୬୭୦ କୋଟି ଟଙ୍କା ଜମା ରହିଥିବା ବେଳେ ବର୍ତ୍ତମାନ ଏହି ପରିମାଣ ୨,୬୭,୭୫୫ କୋଟିରେ ପହଞ୍ଚିଛି । ପିଏମଜେଡିୱାଇ ଖାତାଧାରକମାନଙ୍କୁ ବର୍ତ୍ତମାନ ସୁଦ୍ଧା ୩୮.୬୮ କୋଟି ରୂପେ ଡେବିଟ୍ କାର୍ଡ ଜାରି କରାଯାଇଛି ।

babaa
Leave A Reply

Your email address will not be published.