oom

ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

jsmm

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଜିଡିଏସ୍‌ମାନେ ଗ୍ରାମାଞ୍ଚଳରେ ଡାକ ବିଭାଗର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ଆମ ଦେଶର ଦୁର୍ଗମ ଭାଗକୁ ଡାକ ଏବଂ ଆର୍ଥିକ ସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

ଗ୍ରାମୀଣ ଡାକ ସେବକମାନଙ୍କ (ଆର୍ଥିକ ଉନ୍ନତିକରଣ ଅନୁଦାନ) ଯୋଜନା, ୨୦୨୪ର ପ୍ରମୁଖ ବୈଶିଷ୍ଟ୍ୟ

  • ପ୍ରତ୍ୟେକ ଗ୍ରାମୀଣ ଡାକ ସେବକଙ୍କୁ ୧୨, ୨୪ ଓ ୩୬ ବର୍ଷର ଚାକିରି ଶେଷ ହେବା ପରେ ଯଥାକ୍ରମେ ବାର୍ଷିକ ୪,୩୨୦/- ଟଙ୍କା, ୫,୫୨୦/- ଟଙ୍କା ଏବଂ ୭,୨୦୦/- ଟଙ୍କାର ତିନୋଟି ଆର୍ଥିକ ପଦୋନ୍ନତି ସୁବିଧା ପ୍ରଦାନ କରାଯିବ ।
  • ଏହା ‘ସମୟ ଆଧାରିତ ନିରନ୍ତରତା ଭତ୍ତା (ଟିଆର୍‌ସିଏ)’ ଆକାରରେ ଜିଡିଏସ୍‌କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅତିରିକ୍ତ ମିଳିବ ।
  • ଜିଡିଏସ୍‌ର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏହି ଯୋଜନା ଦ୍ୱାରା ୨.୫୬ ଲକ୍ଷରୁ ଅଧିକ ଜିଡିଏସ ଉପକୃତ ହେବେ ଏବଂ ସେମାନଙ୍କ ସେବାରେ ସ୍ଥାଣୁତା ଦୂର ହେବ ବୋଲି ଆଶା କରାଯାଉଛି ।
jittmm
Leave A Reply

Your email address will not be published.