ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଜିଲ୍ଲା ସଂଘର୍ଷ ସମିତିର ସମ୍ବର୍ଦ୍ଧନା

  • ଜିଲ୍ଲା ଗଠନ ହେଲେ ହିଁ କଣ୍ଟାବାଞ୍ଜି ଅଂଚଳର ବିକାଶ ସମ୍ଭବ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ହେମାଲ ଭବନର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ତଥା ନବ ନିଯୁକ୍ତ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କୁ ସମିତି ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ସଭାପତି ପ୍ରଫୁଲ୍ଲ କୁମାର ନାୟକ, କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି କୈଳାଶ ତାରାଚନ୍ଦ ତଉଲିଆ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ନରେନ୍ଦ୍ର ସୁନା, ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ, ଜିଲ୍ଲା ସଂଘର୍ଷ ସମିତି କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ ମଂଚାସୀନ ଥିଲେ । ଦୀର୍ଘ ୩୦ବର୍ଷରୁ ଅଧିକ ହେବ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି କଣ୍ଟାବାଞ୍ଜିକୁ ଏକ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଦାବୀ ନେଇ ଆନ୍ଦୋଳନ ବିଭିନ୍ନ ସମୟରେ କରିଆସୁଛି । ଓଡିଶା ସରକାରଙ୍କ ନୂତନ ୨୫ଟି ଜିଲ୍ଲା ଗଠନରେ କଣ୍ଟାବାଞ୍ଜି ମଧ୍ୟ ବିଚାରଧିନ ରହିଛି । ଗତ ୨୦୨୪ ନିର୍ବାଚନରେ ବତ୍‌ର୍ତ୍ତମାନର ବିଧାୟକ ଲକ୍ଷ୍ମଣ ବାଗ ପ୍ରାର୍ଥୀ ହୋଇଥିବା ବେଳେ ଏକ ଜନମଂଚରେ କଣ୍ଟାବାଞ୍ଜିକୁ ଏକ ଜିଲ୍ଲା ଦାବୀ ନେଇ ନିଜର ଦାବୀ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଯାହା ଚଳିତ ବିଧାନସଭାରେ ମଧ୍ୟ ବିଧାୟକ ଶ୍ରୀ ବାଗ କଣ୍ଟାବାଞ୍ଜି ଜିଲ୍ଲା ଉପରେ ନିଜର ପ୍ରଶ୍ନୋତ୍‌ତ୍ତର କରିବା ସହିତ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ପୃଥକ ପୃଥକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଘର୍ଷ ସମିତି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରିଥିଲେ । ଏହି ସଭାରେ ଅତିଥିମାନେ ଶ୍ରୀ ବାଗଙ୍କ ପ୍ରୟାସକୁ ଧନ୍ୟବାଦ ଦେବା ସହ ଜିଲ୍ଲା ଗଠନ ଉଜ୍ଜିବୀତ ହେବା ସହ ଜିଲ୍ଲା ଗଠନ ହେଲେ ହିଁ ଅଂଚଳର ବିକାଶ ସମ୍ଭବ ବୋଲି ନିଜ ନିଜ ମତ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାଶ, ଅଭିମନ୍ୟୁ ନାଗ, ଆଇନଜୀବୀ ବିଧୁଭୂଷଣ ଗୁରୁ, ହେମାଲ ସଂଘ ସମ୍ପାଦକ ବିଦେଶୀ ବେହେରା, ଘାସିରାମ ଜୈନ, ବେଦବ୍ୟାସ ନାଗ, ବିସର୍ବ ବେହେରା, ସଞ୍ଜୟ ଗାନ୍ଧୀ ଅଗ୍ରୱାଲ, ଅଶୋକ ଛାପାଡିଆ ସହ ଅନ୍ୟମାନେ ବିଧାୟକ ଶ୍ରୀ ବାଗଙ୍କୁ ଜିଲ୍ଲା ଗଠନ ଦାବୀରେ ତାଙ୍କ ଅବଦାନ ଉପରେ କହିଥିଲେ । ଏହି ସଭାରେ ସହସ୍ରାଧିକ ଜିଲ୍ଲା ଗଠନ ସମର୍ଥକ ସାମିଲ ଥିଲେ । ସଭାକୁ ଜିଲ୍ଲା ସଂଘର୍ଷ ସମିତିର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଦୁଃଖିଶ୍ୟାମ ଗୁରୁ ପରିଚାଳନା କରିଥିବା ବେଳେ ଉପସଭାପତି କୈଳାଶ ଦିପ ସଭାକୁ ଧନ୍ୟବାଦ ଦେଇ ସାଙ୍ଗ କରିଥିଲେ ।

Leave A Reply

Your email address will not be published.