ଜିଲ୍ଲାସ୍ତରୀୟ ନିଯୁକ୍ତିମେଳାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଯୋଗଦାନ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳାରେ ମୋଟ ୨୮ଟି ନିଯୁକ୍ତି ଦାତା ଅଂଶ ଗ୍ରହଣ କରିଥିଲେ । ଏହି ନିଯୁକ୍ତିମେଳାର କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଉଦ୍ୟମରେ ୯୬ ଜଣ ଦିବ୍ୟାଙ୍ଗ ଯୁବକ, ଯୁବତୀ ଅଂଶ ଗ୍ରହଣ କରି ପ୍ରାୟ ୧୦ ଜଣ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ । ଏହି ଅବସରରେ କଳାହାଣ୍ଡି ବଣିକ ସଂଘ ମଧ୍ୟ ବିଭିନ୍ନ ବ୍ୟବସାୟ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମଞ୍ଚର ୧୩ଟି ବ୍ଲକର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.