ଛତ୍ରପୁରଠାରେ ବିଜୁ ଆଇନ ସାମ୍ମୁଖ୍ୟର ବୈଠକରେ ରାଜ୍ୟ ଉପସଭାପତି ଓ ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ମା’ ଉଜ୍ୱଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଏକ ବୈଠକ ଓ ସମ୍ବର୍ଦ୍ଧନା ସାମାରୋହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ ସମ୍ପାଦକ ଏଲ.ଗୋପାଲ ରାଓ, ଯୁଗ୍ମ ସମ୍ପାଦକ ଟି.ମୋହନ ରାଓ, କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି, ଲାଇବ୍ରେରୀ ସମ୍ପାଦକ ମନୋଜ କୁମାର ବେହେରା (ସି) ଓ କୋଷାଧ୍ୟକ୍ଷ ଅନାମ ପ୍ରଧାନଙ୍କୁ ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ । ଏହା ସହିତ ବିଜୁ ଆଇନ ସାମ୍ମୁଖ୍ୟର ରାଜ୍ୟ ଉପସଭାପତି ଅନୀଲ କୁମାର ସାହୁ, ଜିଲ୍ଲା ସଭାପତି ବିଜୟ କୁମାର ପ୍ରଧାନ, ଜିଲ୍ଲା ସରକାରୀ ଓକିଲ ପି.ନରସିଂହ ପାତ୍ର ଓ ରାଜ୍ୟ ବାରକାଉନସିଲ ପ୍ରାର୍ଥୀ ସଂଜିତ୍ କୁମାର ପାଣିଗ୍ରାହୀଙ୍କୁ ମଧ୍ୟ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ଅଧିକରୁ ଅଧିକ ସଭ୍ୟ କିପରି ଏହି ସାମ୍ମୁଖ୍ୟରେ ସାମିଲ ହେବେ ସେଥିନିମନ୍ତେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ବିଭିନ୍ନ କାର୍ଯ୍ୟ ଶୈଳୀ ଉପରେ ସଭାପତି ଶ୍ରୀ ପଣ୍ଡା କହିବା ସହିତ ରାଜ୍ୟ ବାରକାଉନସିଲ ସଞ୍ଜିତ୍‌ କୁମାର ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ କିପରି ବିଜୟୀ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ଅଶୋକ କୁମାର ଚୌଧୁରୀ ଓ ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ସିମାଞ୍ଚଳ ମହାପାତ୍ର, ଅହିଭୂଷଣ ସାହୁ, ଭୈରବୀ କୁମାର ପଟ୍ଟନାୟକ ଓ କିଶୋର ଚନ୍ଦ୍ର ସେନାପତିଙ୍କ ସମେତ ୫୦ରୁ ଅଧିକ ବିଜୁ ଆଇନ ସାମ୍ମୁଖ୍ୟର ସଦସ୍ୟମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଛତ୍ରପୁର ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା ।

Leave A Reply

Your email address will not be published.