ଅଲାତରା ଗ୍ରାମ ପଞ୍ଚାୟତରେ ନୂତନ ପିଇଓଙ୍କ ଯୋଗଦାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ବିଜୟ କୁମାର ସାମଲ ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି । ସରପଞ୍ଚ ସସ୍ମିତା ନାଗ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିବା ବେଳେ ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି, ଏମ୍‌ବିକେ ମମିତା ସାହୁ, ୱାର୍ଡ ସଭ୍ୟା କୁନି ସାହୁ, ଏସିଏମ୍‌ ଚୈତନ୍ୟ ପୁଟେଲ, ପମ୍ପ ଡ୍ରାଇଭର ସଂଯତ ରଣା ସମେତ ୱାର୍ଡ ସଭ୍ୟ/ସଭ୍ୟା, ସମାଜସେବୀ ଓ ଗ୍ରାମବାସୀ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ପ୍ରକାଶ ଥାଉ ପଞ୍ଚାୟତ ସମିତି ମ.ରାମପୁର ଚିଠି ନଂ ୧୯୨୪ ତା୨୨/୦୭/୨୦୨୨ ଅନୁସାରେ ମ. ରାମପୁର ବ୍ଲକ ୧୯ ଗୋଟି ଗ୍ରାମ ପଞ୍ଚାୟତକୁ ୧୧ ଜଣ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ୧୦ ଜଣ ପିଇଓଙ୍କୁ ଗୋଟିଏ କିମ୍ବା ଦୁଇଟି ପଞ୍ଚାୟତ ମିଳିଥିବା ବେଳେ ଶ୍ରୀ ସାମଲଙ୍କୁ ମୁଡିଙ୍ଗ, ଅଲାତରା ଓ ଗୋଛାଡେଙ୍ଗେନ ତିନି ଗୋଟି ବଡ ଗ୍ରାମ ପଞ୍ଚାୟତ ଦିଆଯାଇଛି । ଉକ୍ତ ତିନି ଗୋଟି ପଞ୍ଚାୟତରେ ସରକାରଙ୍କ ଜନହିତକାରୀ ଯୋଜନା ତଥା ଉନ୍ନତିମୂଳକ କାର୍ଯ୍ୟ କେତେ ଦୂର ସଫଳ ହେବ ତାହା ବଡ ପ୍ରଶ୍ନବାଚି ? ଏଣୁ ଏହି ବିଷୟରେ ପୁନର୍ବାର ବିଚାର କରି କେବଳ ଅଲାତରା ପଞ୍ଚାୟତ ପାଇଁ ଶ୍ରୀ ସାମଲ (ପିଇଓ)ଙ୍କୁ ଦେବା ପାଇଁ ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.