ଝାରବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଝାରବନ୍ଧ ଶିଶୁ ମନ୍ଦିରରେ ଯୋଗ ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଯୋଗ ଗୁରୁ କୁମାର ଗୌରବ ବେହେରା ଯୋଗଦେଇ ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମାଙ୍କୁ ଯୋଗର ଉପକାରିତା ବିଷୟରେ ଅବଗତ କରାଇଥିଲେ ଓ ନିୟମିତ ଯୋଗାଭ୍ୟାସ ପାଇଁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚଳନା ସମିତିର ସଂପାଦକ ନବୀନ ମିତ୍ତଳ, କୋଷାଧକ୍ଷ ବ୍ରଜ କିଶୋର ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟ ଘନଶ୍ୟାମ ବନଛୋର ସହିତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା, ଛାତ୍ରଛାତ୍ରୀ ତଥା ପରିଚାଳନା ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.