ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ଉପରେ ପ୍ରତିପାଦନ କରି ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ମାର୍ଗଦର୍ଶନ କରିଥିଲେ । ଶାରୀରିକ ଶିକ୍ଷକ ଚତୁର୍ଭୁଜ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏନ୍.ସି.ସି., ସ୍କାଉଟ, ଗାଇଡ୍ସ ବିଦ୍ୟାର୍ଥୀ ଯୋଗଦେଇ ଶାରୀରିକ କ୍ରୀଡା, ଯୋଗ ପ୍ରଦର୍ଶନ କରି ସମାଜକୁ ଦିଗଦର୍ଶନ ଦେଇଥିଲେ । ଶିଶୁମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ମାତୃଭାରତୀ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଗଣ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.