jayashree

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆୟୋଜନ କ୍ରମେ ବୁଧବାର ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩ଟି ବ୍ଳକର ବିଭିନ୍ନ ବିଦ୍ୟାଳୟର ବାଳକ ବାଳିକା ବିଭାଗରୁ ଆସିଥିବା ଥିବା ୧୪ ବର୍ଷ ଓ ୧୭ ବର୍ଷର ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଷ୍ଠି ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ସମ୍ମାନିତ ଅତିଥି ଭାବରେ ବୋର୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶଙ୍କ ତିଲଯୋଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ନନ୍ଦ ହୋତା, ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ସାହୁ, ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ, ଆଇ.ପି.ଇ ମହେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସନ୍ତୋଷ କୁମାର ପାଣିଗ୍ରାହୀ ମଂଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନମିତା ରଣା, ଅଶ୍ଵିନ ପ୍ରଧାନ, ରୁପସିଂ ରାଉତ, କୃପାସିନ୍ଧୁ ପଟେଲ, ସଂଜୟ ମିଶ୍ର, ମୁରଲି ଦୀପ, ସୁନିତା ସିଂ, ଧରିତ୍ରୀ ବିଷୋୟୀ ଓ ତୁମେଶ୍ୱର ଶବର ସହୋଯୋଗ କରିଥିଲେ । ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ର ଛାତ୍ରୀ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଆଇ.ପି.ଇ ଶ୍ରୀ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.