centurian jitm

ପିପିଲିରେ ବୋମାମାଡ଼ : ୩ ଜଣ ଆହତ

nschool

ପିପିଲି : ବିଳମ୍ବିତ ରାତିରେ ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ରେ ୩ ଜଣ ଆହତ । ବୋମାମାଡ଼ କରିବା ସମୟରେ ହାତରେ ବୋମା ଫୁଟିବାରୁ ଜଣେ ଯୁବକ ଗୁରୁତର ।ତାକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି, ଗତକାଲି ରାତିରେ ଜମାଲପୁର ଗାଁରେ ଯାତ୍ରା ହେଉଥିଲା । ବର୍ଷା ହେବା ଯୋଗୁଁ ଲୋକମାନେ ଘରକୁ ପଳାଇ ଯାଇଥିଲେ । ଏହାପରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଗାଁ ମେଲଣ ପଡିଆ ନିକଟରେ ଫୁଟିଥିଲା ବୋମା । ମୋଟ ୩ଟି ବୋମାମାଡ଼ ହୋଇଥିଲା । ତେବେ ଜଣେ ଯୁବକ ବୋମାମାଡ଼ କରିବା ସମୟରେ ତା’ ହାତରେ ବୋମା ଫୁଟି ଯାଇଥିଲା । ଏବେ ବି ଘଟଣାସ୍ଥଳରେ ଗୋଟିଏ ଜୀବନ୍ତ ବୋମା ପଡ଼ିରହିଛି । ଏହାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ପିପିଲି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ଏହି ବୋମାମାଡ଼ ଘଟଣାରେ ସେହି ଗାଁଁର ଦୁଇ ଭାଈ ସମ୍ପୃକ୍ତ ଥିବାର ସୂଚନା ମିଳୁଛି । ତେବେ କାହିଁକି ବୋମାମାଡ଼ ହେଲା, କ’ଣ କାରଣ ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ପିପିଲି ଥାନା ଆଇଆଇସି ।

Leave A Reply

Your email address will not be published.