oom

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ସାଙ୍ଗରେ ବରିଷ୍ଠ ସାମ୍ବାଦିକ ତଥା ‘ଲେଦା’ର ସମ୍ପାଦକଙ୍କ ସୌଜନ୍ୟମୂଳକ ସାକ୍ଷାତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନ ଯୌବନ ଏକ ପାଣି ଫୋଟକା ମାତ୍ର । କେତେ ବେଳେ ଫୋଟକା ଟି ମିଳେଇ ଯିବ ତାହା ଠାକୁରଙ୍କୁ ହିଁ ଜଣା । ଆମ ଅଞ୍ଚଳର ସମ୍ବଲପୁରୀ ଭାଷାର ପ୍ରସାର ଓ ପ୍ରଚାରକୁ ବିଶ୍ୱ ଦରବାରରେ ପହଞ୍ଚାଇ ଥିବା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ କିଏ ବା ନ ଜାଣେ । ସେ ଜଣେ ଭାବୁକ, ଆଶୁକବି, ସଙ୍ଗିତ ନିର୍ଦ୍ଦେଶକ ତଥା ଭଲ ଗାୟକ ଭାବେ ବିଶ୍ୱ ଦରବାରରେ ପ୍ରଶଂସନୀୟ । ଯେତେ ବେଳେ ରଙ୍ଗବତୀ ଗୀତ ଉନ୍ମୋଚିତ ହେଲା ସେଇ ସମୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣ ଜାଣିଥିଲେ ଯେ, ଆଜି ନ ହେଲେ କାଲି ଶ୍ରୀ ହରିପାଲ ବିଶ୍ୱ ଦରବାରରେ କୋଶଲ୍ ରାଜ୍ୟର ନାମ ରଖିବେ । ସମୟ ଆସିଲା ସେଇୟା ହିଁ ହେଲା । ଲୋକଙ୍କ ମୁହଁରୁ କଣ ବର୍ତ୍ତମାନ ମେଲୋଡିମାନଙ୍କରେ ମଧ୍ୟ ରଙ୍ଗବତୀରେ ରଙ୍ଗବତୀ ଗୀତ ଝଙ୍କୁରୀତ ହେଉଛି । ତାକୁ କାଟି ଆଜି ପର୍ଯ୍ୟନ୍ତ ଆଗେଇ ପାରିନି କିମ୍ବା ଏ ଭଳି କମ୍ପୋଜର ଗୀତ ସୃଷ୍ଟି ହୋଇ ପାରିନି । ଜିତେନ୍ଦ୍ରୀୟ ହରିପାଲ ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ହଠାତ୍ ପଦ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସମ୍ବଲପୁରୀ ଲେଦା ଫେସବୁକ ସଂପାଦକ ତଥା ପଶ୍ଚିମ ଓଡ଼ିଶା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀଙ୍କ ପାଖକୁ ଶ୍ରୀ ହରିପାଲ ଫୋନରେ ଯୋଗାଯୋଗ କଲା ପରେ ଶ୍ରୀ ତ୍ରିପାଠୀ ଲେଦାର ପ୍ରଥମ ସଂସ୍କରଣର ଖଣ୍ଡେ ପୁସ୍ତକ ଆଣି ତାଙ୍କ ହସ୍ତରେ ପ୍ରଦାନ କଲେ । ଶ୍ରୀ ହରିପାଲ ଲେଦାର କେଇଗୋଟି କବିତାକୁ ପଢିଲାପରେ କହିଲେ ଯେ, ଲେଦା ଅର୍ଥ ହେଉଛି ଦୁର୍ନୀତିକୁ ହଟାଇବା, ଲେଦା ଯେଉଁ ଫେସବୁକର କଳାପଟା ଆଜି ଆପଣ ସୃଷ୍ଟି କରି ଚାଲିଛନ୍ତି ତାହା ଆଜି ନହେଲେ କାଲି ଏହାର ଉଦ୍ଦେଶ୍ୟ ଲୋକେ ବୁଝିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦର ମହକୁମାରେ ଥିବା ପୂର୍ତ୍ତବିଭାଗର ଡାକବଙ୍ଗଳାଠାରେ ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀଙ୍କ ସମ୍ପାଦନାରେ ପ୍ରକାଶିତ ଲେଦା ସଂସ୍କାରଣର ଏକ ପୁସ୍ତକ ଦେଲା ସମୟରେ ଶ୍ରୀ ହରିପାଲ ଆହୁରି କହିଛନ୍ତି ଯେ, ଲେଦା ପତ୍ରିକା ପଶ୍ଚିମ ଓଡ଼ିଶାରେ ବେଶ ଆଦୃତ ହୋଇ ପାରିଛି, ତା’ର ଭବିଷ୍ୟତ ଉଜ୍ଜ୍ୱଳମୟ ହେବା ସାଙ୍ଗକୁ ଶ୍ରୀ ତ୍ରିପାଠୀ ଜଣେ ବରିଷ୍ଠ ସାମ୍ବାଦିକ, ତାଙ୍କ ଲେଖନୀ ମୁନ ମୋ ଜାଣିବାରେ ଏକ ଶାଣିତ ତରବାରୀ ସଦୃଶ, ସତ୍ୟ ଓ ନିର୍ଭିକ ଭାବେ ମୋ ଦେଖିବାରେ ଛାତ୍ର ଜୀବନରୁ ସାମ୍ବାଦିକତାକୁ ନିଜର ନିଶା ଭାବେ ଆପଣେଇଛନ୍ତି । ତାଙ୍କ କଲମ ମୁନ ଆଗକୁ ଆଗକୁ ସମାଜକୁ ଦିଗଦର୍ଶନ ଯୋଗାଉଥାଉ, ଅସହାୟ ଲୋକେ ସରକାରୀ ସାହାଯ୍ୟ ପାଇଚାଲନ୍ତୁ ଏହାହିଁ କାମନା କରୁଛି । ନିରଞ୍ଜନ ତ୍ରିପାଠୀ ସାମ୍ବାଦିକତା କ୍ଷେତ୍ରରେ ବେଶ ଅବଦାନ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ସଂସ୍ଥା ତାଙ୍କୁ ସମ୍ମାନୀତ କରିଥିବାରୁ ମୁଁ ବେଶ୍ ଗର୍ବିତ ଅଟେ ବୋଲି ମତବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.