ବଲାଙ୍ଗିର, (କେପିଏନ୍ଏସ୍) : ମିନାବଜାରରେ ଅଘଟଣ, ଚାଲିଗଲା ଯୁବକଙ୍କ ଜୀବନ । ରାମ ଦୋଳିରୁ ଖସି ପଡ଼ି ଚାଲିଗଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଝାରମୁଣ୍ଡା ଗ୍ରାମରେ । କଂସ ଦରବାର ପାଇଁ ଗାଁରେ ବିରାଟ ସହକାରେ ମିନାବଜାରର ଆୟୋଜନ କରାଯାଇଥିଲା । ମିନା ବଜାରରେ ରାମ ଦୋଳିରେ ବସିବା ପାଇଁ ଖଚାଖଚ୍ ଭିଡ଼ ଜମିଥିଲା । ଏହି ସମୟରେ ଜଣେ ରାମ ଦୋଳିରୁ ହଠାତ୍ ଖସି ପଡ଼ିଥିଲେ । ପ୍ରବଳ ରକ୍ତ ସ୍ରାବ ହେତୁ ମୃତ୍ୟୁ ଘଟିଥିବା ବେଳେ ମୃତ ଯୁବକ ଜଣକ ମିଲନ ସାହୁ ଶରଗାଡ଼ ଗ୍ରାମର ବୋଲି ଜଣାପଡ଼ିଛି । ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ମିଲନ । ଡ୍ରାଇଭର ଭାବେ କାମ କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥା କିଛି ନଥିବାରୁ ଏଭଳି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି ।