ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଘଟିଛି ଏକ ହୃଦୟ ବିଦରକ ଘଟଣା । ଏକ ବିଷାକ୍ତ ସାପ କାମୁଡାରେ ଚାଲିଯାଇଛି ଗୋଟିଏ ପରିବାର ୨ ଭାଇଭଉଣୀଙ୍କ ଜୀବନ । ଉଜୁଡି ଜାଇଛି ସୁନାର ସଂସାର । ସୂଚନା ଅନୁସାରେ ଜାମପଦର ଗାଁର ବିକାଶ ସାଗରଙ୍କ ପୁଅ, ଝିଅ ଓ ତାଙ୍କ ସ୍ତ୍ରୀ ଖାଇ ସାରିବା ପରେ ଗତକାଲି ରାତିରେ ଶୋଇପଡିଥିଲେ, ସକାଳୁ ଦୁଇ ପୁଅ, ଝିଅଙ୍କ ପାଟିରୁ ଫେଣ ବାହାରୁ ଥିବା ଦେଖି ତୁରନ୍ତ ଏକ ଅଟୋକୁ ଡାକି ନିକଟସ୍ଥ ସଇଁତଲା ଡାକ୍ତରଖାନାକୁ ନେଇଥିଲେ । ପ୍ରଥମେ ସଇଁନ୍ତଲା ଡାକ୍ତରଖାନାରେ ନାବାଳିକା ଝିଅ ମୋନିକା(୬)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ନାବାଳକ ପୁଅ ଭାବଗ୍ରାହୀ(୯) ଅତି ଗୁରୁତର ଅବସ୍ଥାରେରେ ତାଙ୍କୁ ବଲାଙ୍ଗିର ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ତାଙ୍କ ମୂତ୍ୟୁ ଘଟିଥିଲା । ପରିବାର ଲୋକେ ସାପ କାମୁଡ଼ି ଥିବା ସନ୍ଦେହ କରି ଘରର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଏକ ବାକ୍ସରୁ ବିଶାକ୍ତ ଚିତି ସାପ ରହି ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳିକୁ ଡାକି ସାପକୁ ଉଦ୍ଧାର କରିଥିଲେ । ତେବେ ସାପ କାମୁଡାରେ ହିଁ ଦୁଇ ଭାଇଭଉଣୀଙ୍କ ମୂତ୍ୟୁ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ବ୍ୟବଚ୍ଛେଦ ରିର୍ପୋଟ ଆସିଲା ପରେ ହିଁ ମୁତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ଏହି ଘଟଣାରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି ଘଟଣାସ୍ଥଳରେ ସଇଁନ୍ତଲା ରାଜସ୍ୱ ନିରୀକ୍ଷକ ଆସି ତଦନ୍ତ କରି ସରକାରୀ ସହାୟତା ରାଶି ୪ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରତିଶୃତି ଦେଇଥିବା ବେଳେ ପୋଲିସ ମୁଖ୍ୟ ତଦନ୍ତ ଜାରିରଖିଛି ।