oum

ସଟପିଟ ଟାଙ୍କିରେ ପଡି ଚାଲିଗଲା ୩ ବର୍ଷର ନାବାଳକର ଜୀବନ

jsm

ଚମ୍ପୁଆ : ସଟପିଟ ଟାଙ୍କିରେ ପଡି ପ୍ରାଣ ହରାଇଲେ ୩ ବର୍ଷର ନାବାଳକ । ଏପରି ଅଭାବନୀୟ ଘଟଣା ଘଟିଛି ନାରଦପୁର ମୁଣ୍ଡା ସାହିରେ । ସୂଚନା ଅନୁସାରେ, ନାରଦପୁର ମୁଣ୍ଡା ସାହିର ବିଶୁ ମୁଣ୍ଡା ତାଙ୍କ ପତ୍ନୀଙ୍କ ସହ କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ଥିବା ୩ ବର୍ଷର ପୁଅ ଖେଳୁଥିବା ବେଳେ ଘର ନିକଟରେ ଥିବା ନଳକୂପ ପାଣି ନିଷ୍କାସନ ପାଇଁ କରାଯାଇଥିବା ସଟପିଟ ଟାଙ୍କିରେ ପଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ରିମୂଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.